ପଞ୍ଜାବ ରାଜନୀତିରେ ହଟଚମଟ, ଆପ୍ ମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ଗିରଫ କଲା ED

ପଞ୍ଜାବ : ପଞ୍ଜାବ ରାଜନୀତିରୁ ଆସୁଛି ବଡ଼ ଖବର। ମନି ଲଣ୍ଡରିଂ ମାମଲାରେ ପଞ୍ଜାବର କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)। ଏହି ଗିରଫ ପରେ ପଞ୍ଜାବରୁ ଦିଲ୍ଲୀ ପର୍ଯ୍ୟନ୍ତ ରାଜନୈତିକ ପାରଦ ଉଷ୍ମ ହୋଇଛି।

ଶନିବାର ଦୀର୍ଘ ସମୟର ଜେରା ଏବଂ ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ED ଅଧିକାରୀମାନେ ସଞ୍ଜୀବ ଆରୋରାଙ୍କୁ ଗିରଫ କରିଛନ୍ତି। ସଞ୍ଜୀବଙ୍କ ସମେତ ତାଙ୍କର କିଛି ନିକଟତମ ସମ୍ପର୍କୀୟଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରାଯାଉଛି। ଏବେ ମଧ୍ୟ ଅନେକ ସ୍ଥାନରେ ED ର ସର୍ଚ୍ଚ ଅପରେସନ ଜାରି ରହିଛି।

ଏହି ଘଟଣାକୁ ନେଇ ଶାସକ ଆମ୍ ଆଦମୀ ପାର୍ଟି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। କେନ୍ଦ୍ର ସରକାର ED ଏବଂ CBI ଭଳି ସଂସ୍ଥାଗୁଡ଼ିକର ଅପବ୍ୟବହାର କରି ବିରୋଧୀଙ୍କୁ ଦବାଇବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି।”ମୋଦି ସରକାର ପଞ୍ଜାବରେ ସମ୍ପୂର୍ଣ୍ଣ ED ମେସିନାରୀକୁ ଲଗାଇ ଦେଇଛନ୍ତି। ପଞ୍ଜାବକୁ ରାଜନୈତିକ ଭାବେ ଦମନ କରିବା ପାଇଁ ଚାଲିଥିବା ଏହି ପ୍ରୟାସ ଏକଚାତ୍ରବାଦ ବିରୋଧରେ ଆନ୍ଦୋଳନକୁ ଆହୁରି ମଜବୁତ କରିବ।”

Comments are closed.