ନୟାଗଡ଼ (୫/୧) : ଗତ ଡିସେମ୍ବର ୩୧ ତାରିଖ ଦିନ ବେରୁଆଁବାରୀ ଗ୍ରାମ ପଞ୍ଚାୟତ ବିଦ୍ୟାପୀଠର ୧୯୯୬-୧୯୯୭ ମସିହା ବ୍ୟାଚର ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁ ମିଳନ ଉତ୍ସବ ସ୍ଥାନୀୟ ମା ପେଟେଇ ଚଣ୍ଡୀଙ୍କ ମନ୍ଦିର ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଉପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ଯରେ ରଞ୍ଜନ କୁମାର ସାହୁ, ଫକୀର ମହାକୁଡ଼, ବିପିନ କୁମାର ମୁଦୁଲି, ନିରୁପମା ସାହୁ, ଶାନ୍ତିଲତା ବାରିକ, ମଞୁଲତା ସାହୁ, ନଳିନୀ ସେଠୀ, ଗୌରୀ ପ୍ରଧାନ, ବୁଲୁ ପ୍ରଧାନ, କବି ସାହୁ, ବସନ୍ତ ବାରିକ, ଚରଣ ସାହୁ, ସଞ୍ଜୟ ସାହୁ, ପ୍ରକାଶ ସାହୁ, ପ୍ରମୋଦ କୁମାର ସାହୁ, ରବୀନ୍ଦ୍ର ପ୍ରଧାନ, ସନାତନ ସାହୁ ଓ ସଂଜୟ ସାହୁ ପ୍ରମୁଖ ସେମାନଙ୍କ ପରିବାର ସଦସ୍ଯଙ୍କ ସହ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳତାର ସହ ଉପଭୋଗ କରିଥିଲେ।
ରିପୋର୍ଟ: ସନାତନ ମହାକୁଡ଼
Sign in
Sign in
Recover your password.
A password will be e-mailed to you.
Prev Post
Comments are closed.