କବିତା : ” କିଣା ସ୍ନେହ “

କୁମାର ଦିପକ

” କିଣା ସ୍ନେହ ”

ସେନହ କରୁଛି ଏଠି ଅଟ୍ଟହାସ୍ଯ
ଜନ୍ମରୁ ଜୁଇ ଏଠି ସଭିଏଁ ଦାସ  ।
ଶ୍ମସାନରେ ପରାଧିନ ସ୍ବ ପାଉଁଶ
କେମିତି ସ୍ବାଧୀନ ନିରିହଙ୍କ ମାଂସ ।।

ମାତା ଗର୍ଭ ଭେଷଜର ନିୟନ୍ତ୍ରଣେ
ଜନମ ପରେ ଡ଼ବା କ୍ଷୀରକୁ ଝୁଣେ ।।

କର୍ତ୍ତବ୍ୟ କୁ ଦାହି ମାତା ହୁଏ ପର
ଶିଶୁ ଯତ୍ନ ପାଏ ଅଜଣା ଆୟାର ।
ଶିଶୁ ବନିଯାଏ ଦାସ ସେ ଆୟାର
କେମିତି ପାଇବ ସେନହ ଆଦର  ।।

ମାତା ପିତା ହୁଅନ୍ତି ମୁଦ୍ରା ରାକ୍ଷସ
କିଣା ସ୍ନେହରେ କଟେ ଶୈଶବ ତାର ।।

କୁ ସଙ୍ଗତେ କିଶୋର ସ୍ନେହ ଆଦର
ଭିନ୍ନ ରଙ୍ଗେ ରଙ୍ଗାୟିତ ତା ଆଧର  ।
ସ୍ନହ ହୀନ ଶାସନେ ଚରିତ୍ର ସଂହାର
ପିତା ମାତା ପାଆନ୍ତି ଦୁଃଖ ଅପାର   ।।

ବେଳ  ଥାଉ ଥାଉ କର ହେ ବିଚାର
କିଣା ସ୍ନେହେ ଶିଶୁ ହବକି ତୁମର
ଯଶୋଦାର ସେନେହେ ଦେବକୀ ପର
ମଣିଷ କରିବକି ହେ ଆୟା ଆଦର  ।।

।।।।&&&& ।।।।
ଭୁବନେଶ୍ୱର ,

Comments are closed.