କଳାହାଣ୍ଡି (୫/୧):ଭବାନୀପାଟଣା ବ୍ଲକ ଅନ୍ତର୍ଗତ କର୍ଲାପଡା ଫୁଟବଲ ଆଶ୍ସୋସିଏସନ ତରଫରୁ ପ୍ରଥମ ମରୁଆ କୁମାର ଓ ରଶ୍ମିତା ନାଏକ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହାର ଦ୍ଵିତୀୟ ଦିବସରେ ଖରିଆର ଫୁଟବଲ କ୍ଲବ ଏବଂ ମଧ୍ୟପୁର ଫୁଟବଲ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ ରେ ମଧ୍ୟପୁର ୧:୦ ରେ ବିଜୟୀ ହୋଇଥିଲା। ଛବି ନାୟକ,ବିଶେକ ପ୍ରଧାନ, ଚଞ୍ଚଳ ମାଝୀ, ରଶ୍ମିରଂଜନ ପ୍ରଧାନ ଏବଂ ମୁଖ୍ୟ ଆୟୋଗୀ ନିର୍ମଳ ପ୍ରଧାନ ଖେଳ ପରିଚାଳନା କରିଥିଲେ। ଏହି ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ନଳୀ କୁମାର ମେହେର ସମାଜସେବୀ ଭାଲୁମୁଣ୍ଡା, ସମ୍ମାନିତ ଅତିଥି ଭାବେ ସୁଷମା ସେନାପତି କର୍ଲାପଡା ସରପଞ୍ଚ, ଦିଗାମ୍ବର ଲୁହା ଥୁଆପଦର ସରପଞ୍ଚ ଏବଂ ବିଶିଷ୍ଟ ସମାଜସେବୀ ତଥା ବୋର୍ଡା ମଣ୍ଡଳ ସଭାପତି ବିଜେପି ନରେଶ ସାହୁ ତଥା କର୍ଲାପଡା ଫୁଟବଲ ସଂଘ ର ସଭାପତି ଧୃବଚରଣ ପ୍ରଧାନ, ସମ୍ପାଦକ କିଶୋର କୁମାର ଯୁଆଡ ଯୋଗଦେଇ ଖେଳାଳି ମାନଙ୍କୁ ଉର୍ସାହିତ କରିଥିଲେ।ରାଜୀବ ଲୋଚନ ଯୁଆଡ ଏବଂ ମିଳନ କୁମାର ଧାରା ବିବରଣୀ ପ୍ରଦାନ କରିଥିଲେ।ରିପୋର୍ଟ -ସନାତନ ମହାକୁଡ଼।
Sign in
Sign in
Recover your password.
A password will be e-mailed to you.
Comments are closed.