କଲକାତା (୭/୧୨): ଉତ୍କଳ ଶିକ୍ଷା ସଂସଦ, କଲକାତାର ତ୍ରୟ ମାସିକ ସାହିତ୍ୟ ପତ୍ରିକା ‘ପ୍ରତିବେଶୀ’ର ଅକ୍ଟୋବର-ଡିସେମ୍ବର ୨୦୨୫ ସ୍ୱତନ୍ତ୍ର ସଂଖ୍ଯା ସଲ୍ଟଲେକସ୍ଥିତ ସଂସଦର ସଂସ୍କୃତି ଭବନ ପରିସରରେ ଏହାର ବରିଷ୍ଠ କର୍ଣଧାର, ଉଦ୍ୟୋକ୍ତା,ଶୁଭେଚ୍ଛୁ, ଉପଦେଷ୍ଟା ତଥା କାର୍ଯ୍ୟ ନିବାହୀ କମିଟିର ସଦସ୍ଯମାନଙ୍କ କରକମଳରେ ଏକ ବର୍ଣାଢ୍ୟ ପରିବେଶ ମଧ୍ଯରେ ପ୍ରିୟ ପାଠକଙ୍କ ଉଦ୍ଦେଶ୍ଯରେ ଉନ୍ମୋଚିତ ହୋଇଯାଇଛି। ବରିଷ୍ଠ ଅନୁବାଦକ ପୀତାମ୍ବର ବାରିକଙ୍କ ବଳିଷ୍ଠ ସଂପାଦନାରେ ୪୨୦ ପ୍ରୁଷ୍ଠାର ଏହି ଉଚ୍ଚାଙ୍ଗ ପତ୍ରିକାର ଆକର୍ଷଣୀୟ ହେଉଛି ଅତୁଳ ବଳଙ୍କ ରଙ୍ଗୀନ୍ ପ୍ରଛଦ। ଏଥର ସଂଖ୍ଯାରେ ପୂର୍ବ ସଂଖ୍ଯାମାନଙ୍କ ଭଳି ଭରି ରହିଛି ବହୁ ନବୀନ ଓ ପ୍ରବୀଣ ସାରସ୍ୱତ ସ୍ରଷ୍ଟାଙ୍କ ସାଧନାର ଝଲକ। ଯାହା ଉଦ୍ଭାସିତ ହୋଇଛି ଅସଂଖ୍ଯ କବିତା, ଗଳ୍ପ, ଅନୁବାଦ ସାହିତ୍ୟ, ପ୍ରବନ୍ଧ, ଆଲୋଚନା, ପୁସ୍ତକ ସମୀକ୍ଷା ସହିତ ସ୍ୱତନ୍ତ୍ର ଉପସ୍ଥାପନା କବିତା ଓ ଗଳ୍ପରେ ନାରୀସ୍ୱର ଇତ୍ୟାଦି ଅନେକ। ଶ୍ରଦ୍ଧାଞ୍ଜଳି କ୍ରମରେ ପାଠକଙ୍କୁ ନିଶ୍ଚିତ ଭାବରେ ବିଭୋର କରିବ କବି ଦ୍ୱୟ ସ୍ୱର୍ଗତ କବି ରାଜେନ୍ଦ୍ର କିଶୋର ପଣ୍ଡା ଓ କବି ସଂକର୍ଷଣ ପରିଡ଼ାଙ୍କ ପ୍ରତି ସ୍ୱତନ୍ତ୍ର କାବ୍ୟିକ ଶ୍ରଦ୍ଧା ସୁମନ। ଏତଦ୍ ବ୍ୟତୀତ ଗବେଷଣା ଧର୍ମୀ ଲେଖା ସବୁ ପାଠକକୁ ଗଭୀରତମ ଚିନ୍ତାରାଇଜରେ ବୁଡାଇ ରଖିବ ଏହା ନି:ସନ୍ଦେହ। ବିମୁଗ୍ଧ ପାଠକ, ଗବେଷକ, ସାରସ୍ୱତ ସ୍ରଷ୍ଟା ଓ ପାଠାଗାରମାନଙ୍କ ଦ୍ବାରା ଅବଶ୍ୟ ସଂଗ୍ରହଣୀୟ ପତ୍ରିକାଟିଏ ହେଉଛି ପ୍ରତିବେଶୀ। ପ୍ରତିବେଶୀ କେବଳ ଉତ୍କଳ ଶିକ୍ଷା ସଂସଦର ମୁଖପତ୍ର ନୁହେଁ, ଓଡ଼ିଶା ଓ ବାହାରେ ସମଗ୍ର ପାଠକଙ୍କ ମନରେ ଓଡିଆ ଭାଷା,ଶିକ୍ଷା, ସାହିତ୍ୟ ଓ ସଂସ୍କୃତିର ସ୍ୱାଭିମାନ ଵାଣ୍ଟୁଥିବା କିମ୍ବଦନ୍ତୀଟିଏ।
Sign in
Sign in
Recover your password.
A password will be e-mailed to you.
Comments are closed.