କେନ୍ଦୁଝର: ଦୁଷ୍କର୍ମର ଶିକାର ହୋଇ ୭ ମାସର ଗର୍ଭବତୀ ହୋଇଥିବା ନାବାଳିକାଙ୍କୁ ତାଙ୍କ ବାପା ଦୁର୍ଷ୍କମକାରୀଙ୍କ ଘରେ ଛାଡ଼ି ଦେଇଥିଲେ। ଏ ସଂପର୍କରେ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆଜି ସକାଳେ ଆଶାଦିଦି, ଅଙ୍ଗନବାଡ଼ି କର୍ମୀ ଓ ଏଏନ୍ଏମ୍ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚି ଗର୍ଭବତୀ ନାବାଳିକାଙ୍କୁ ଉଦ୍ଧାର କରି ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ପହଞ୍ଚାଇଥିଲେ। ଏହାପରେ ସଂପୃକ୍ତ ନାବାଳିକାଙ୍କୁ କେନ୍ଦୁଝର ବଣିଆପାଟରେ ଥିବା ଓପନ ସେଲଟର ହାଉସ୍ରେ ରଖାଯାଇଛି। ଘଟଣାରୁ ପ୍ରକାଶ ଯେ କେନ୍ଦୁଝର ସଦର ଥାନା ଅଞ୍ଚଳର ୧୩ ବର୍ଷୀୟା ଜଣେ ନାବାଳିକା ସପ୍ତମ ଶ୍ରେଣୀ ପରେ ଅଧାରୁ ପାଠ ଛାଡ଼ିଥିଲେ। ସେ ସ୍କୁଲ ନଯାଇ ଗାଁରେ ଛେଳି ଚରାଉଥିଲେ। ଗାଁରେ ଜଣେ ଝିଅ ସହ ସାଙ୍ଗ ହେଉଥିଲେ। ବିଭିନ୍ନ ସମୟରେ ତାଙ୍କ ଘରକୁ ଯିବାଆସିବା କରୁଥିଲେ। ସାଙ୍ଗର ବାପା ନାବାଳିକାଙ୍କୁ ଦୁଷ୍କର୍ମ କରିବାରୁ ସେ ଗର୍ଭବତୀ ହୋଇଥିଲେ। ଏ ସମ୍ପର୍କରେ ପୀଡ଼ିତାଙ୍କ ବାପା ଜାଣିବା ପରେ ଥାନାରେ ଅଭିଯୋଗ କରିବା ପରିବର୍ତ୍ତେ ନାବାଳିକାଙ୍କୁ ନେଇ ଦୁଷ୍କର୍ମ କରିଥିବା ବ୍ୟକ୍ତିର ଘରେ ଛାଡ଼ି ଦେଇଥିଲେ। ନାବାଳିକାଜଣକ ମାସେ ହେଲା ଦୁଷ୍କର୍ମକାରୀଙ୍କ ରହୁଥିଲେ। ଆଜି ତାଙ୍କୁ ଉଦ୍ଧାର କରାଯାଇଛି। ଘଟଣା ସମ୍ପର୍କରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଦାଶଙ୍କ କହିଛନ୍ତି, ସେଲଟର୍ ହାଉସ୍ରେ ନାବାଳିକାଜଣକ କିଛି ଦିନ ରହିବା ପରେ ତାଙ୍କ ମାନସିକ ସ୍ଥିତି ଯାଞ୍ଚ କରାଯିବ। ଏହାପରେ ଡାକ୍ତରୀ ମାଇନା ଓ କାଉନସେଲିଂ କରାଯିବ ବୋଲି କହିଛନ୍ତି। ସେହିପରି ନାବାଳିକାଙ୍କ ଯତ୍ନ ନେବା ତାଙ୍କ ଦାୟିତ୍ବ। ଥାନାରେ ଅଭିଯୋଗ କରିବା ତାଙ୍କର କାମ ନୁହେଁ ବୋଲି ଡ. ଦାଶ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.