ବିଜୁ ପଟ୍ଟନାୟକ ପୁରସ୍କାର-୨୦୨୨ରେ ପୁରସ୍କୃତ ହେଲେ ପ୍ରକୃତିବନ୍ଧୁ ବିକି, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

 ଭୁବନେଶ୍ୱ:  ଜୟଦେବ ଭବନ ଠାରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଶିଷକେଲା ଗାଁ’ର ପ୍ରକୃତିକବନ୍ଧୁ ବିକି ଜି ନାଗଙ୍କୁ ବିଜୁପଟ୍ଟନାୟକ ପୁରସ୍କାର-୨୦୨୨ ପ୍ରଦାନ କରାଯାଇଛି। ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଜିଲ୍ଲା ବନ ବିଭାଗର ସହଯୋଗରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ, ରାଜ୍ୟ ବନ ବିଭାଗ ସମ୍ପାଦକ ମୋନ ଶର୍ମା ସମେତ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ରାଜ୍ୟ ସ୍ତରୀୟ ବିଜୁ ପଟ୍ଟନାୟକ -୨୦୨୨ ପୁରସ୍କାର ପ୍ରଦାନ କରାଯାଇଛି। ଏଥି ସହିତ ୧ ଲକ୍ଷ ଟଙ୍କା ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକି’ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ବିକି ବଲାଙ୍ଗିର ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଏନେଇ ବଲାଙ୍ଗିର ଡିଏଫଓ ନୀତିଶ କୁମାର, ଜଳ ସମ୍ପଦ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବ୍ଲକ ଅଧ୍ୟକ୍ଷ। ମୋନିକା ସିଂ ଭୋଇ, ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ, ସଇଁନ୍ତଲା ରେଞ୍ଜର ସଂଘମିତ୍ରା ଭୋଇ, ସାମ୍ବାଦିକ ଦେବେନ୍ଦ୍ର ଯୋଶୀ, ତରୁଣ ବେହେରା, ବରିଷ୍ଠ ସାମ୍ବାଦିକ ଦୟାନିଧି ସାହୁ, ବେଳଗାଁ ଜିଲ୍ଲା ପରିଷଦ ସଭ୍ୟା ରିତାରାଣୀ ହାତୀ, ଲୋଇସିଂହା ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା ପ୍ରମୁଖ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ ଜଣାଇଛନ୍ତି।

Comments are closed.