କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଫୁଫୁଗାଁରେ ହାଟ ଉଦଘାଟନକୁ ନେଇ ଜୋର୍ ଧରିଛି ରାଜନୀତି।

ମନ୍ତ୍ରୀ ବିଧାୟକ ମୁହାଁମୁହିଁ

0

କୋରାପୁଟ : କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଫୁଫୁଗାଁରେ ହାଟ ଉଦଘାଟନକୁ ନେଇ ଜୋର୍ ଧରିଛି ରାଜନୀତି।  ଏହାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି।

ରାଜ୍ୟ ସରକାର ସୁରକ୍ଷା ନେଇ ଅନେକ ପଦକ୍ଷେପ ନେଉଥିବା ବେଳେ କିଭଳି ଜଣେ ମନ୍ତ୍ରୀ, ବିଧାୟକ, ବିଜେପି କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଗୋରୁ ହାଟ ଉଦଘାଟନ ହେଲା ବୋଲି ପ୍ରଶ୍ନ କରିଛନ୍ତି ତାରା। ଫୁଫୁଗାଁ ହାଟରେ ବ୍ୟାପକ ଭାବେ ଗୋରୁଚାଲାଣ ହେଉଥିବା ଅଭିଯୋଗ ପରେ ଏହାକୁ ବନ୍ଦ କରାଯାଇଥିଲା। ତେବେ ପୁଣି କାହିଁକି ଏହା ପୁଣି ଆରମ୍ଭ ହେଲା ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ।

ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି, ଏହା କୌଣସି ଗୋରୁ ହାଟ ନୁହେଁ। ଏଠି ଅନ୍ୟ ଜିନିଷ ବି ବିକ୍ରି ହୁଏ। ତାରାବାବୁ ଜଣେ ବରିଷ୍ଠ ବିଧାୟକ, ସେ କେତେବେଳେ କଣ କୁହନ୍ତି ସେ ହିଁ ଜାଣନ୍ତି। ସବୁ କଥାକୁ ରାଜନୈତିକରଣ କରିବା ଠିକ ନୁହେଁ।

Leave A Reply

Your email address will not be published.