ଭୁବନେଶ୍ୱର : ଓଡ଼ିଶା ରାଜନୀତିରେ ଏକ ନୂଆ ଅଧ୍ୟାୟ। ଜନ୍ମ ନେଲା ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’। ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଗଠନ ହୋଇଛି ଏହି ନୂଆ ଦଳ। ଆଜି ବିଧିବଦ୍ଧ ଭାବେ ଏହାର ମୂଳଦୂଆ ପଡ଼ିଥିବା ବେଳେ ପ୍ରଦର୍ଶନୀ ପଡ଼ିଆରେ ଜମିଛି ଶହ ଶହ ସମର୍ଥକଙ୍କ ଭିଡ଼। ଗତ ମାସେ ଧରି ରାଜ୍ୟର ୧୫ଟି ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ କରି ଲୋକଙ୍କ ସମର୍ଥନ ଜୁଟାଇଥିଲା ଓଡ଼ିଶା ଜନତା କଂଗ୍ରେସ। ବିଶେଷ କରି ଓଡ଼ିଶାର ଯୁବପିଢ଼ିଙ୍କୁ ନେଇ ଦଳ ଆଗକୁ ବଢ଼ିବାକୁ ଲକ୍ଷ୍ୟ ରଖିଛି। ତେବେ ଏହି ନୂଆ ଦଳର ମଙ୍ଗ କିଏ ଧରିବେ ଏବଂ ପ୍ରତିଷ୍ଠାତା ସଭାପତି କିଏ ହେବେ? ତାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
Sign in
Sign in
Recover your password.
A password will be e-mailed to you.
Comments are closed.