ଭୁବନେଶ୍ୱର : ଘରୋଇ ହଷ୍ଟେଲରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ। ବେକରେ ଫାଶୀ ଲଗାଇ ଜୀବନ ହାରିଲେ ଯୁବତୀ। ଭୁବନେଶ୍ୱର ଖାରବେଳନଗର ଥାନା ଅଞ୍ଚଳରେ ଘଟିଛି ଏଭଳି କିଛି ଅଭାବନୀୟ ଘଟଣା।
ତେବେ ଘଟଣାରେ ସବୁଠାରୁ ବଡ଼ ଚାଞ୍ଚଲ୍ୟକର ତଥ୍ୟ ହେଉଛି, ଯୁବତୀ ଜଣକ ଜୀବନ ହାରିବା ପୂର୍ବରୁ ସେହି ମୁହୂର୍ତ୍ତର ଫଟୋ ଉଠାଇ ସୋସିଆଲ ମିଡିଆରେ କାହାକୁ ଜଣକୁ ପଠାଇଥିବା ଜଣାପଡ଼ିଛି।
ଘଟଣା ସ୍ଥଳରେ ଖାରବେଳନଗର ଥାନା ପୋଲିସ ପହଂଚି ମୃତ ଦେହକୁ ଜବତ କରିବା ସହ ତଦନ୍ତ କରୁଛି। ମୃତ ଯୁବତୀ ଜଣକ ନୟାଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଛି। ସେ ଭୁବନେଶ୍ୱରରେ ରହି ଏକ ମେଡିସିନ ଷ୍ଟୋରରେ ଡାଟା ଏଣ୍ଟ୍ରି ଅପରେଟର୍ ଭାବେ କାର୍ଯ୍ୟ କରୁଥିଲେ।
Comments are closed.