ଘୁମର ନାଟ୍ୟ ସମ୍ମାନ-୨୦୨୬’ରେ ସମ୍ମାନିତ ହେଲେ ନାଟ୍ୟକାର ଅଧ୍ୟାପକ ଗୋପାଳ ମହାରଣା

0

ନବରଙ୍ଗପୁର(୭/୭): ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ପାନାବେଡା ସାହିତ୍ୟ ସଂସଦ, ଚନ୍ଦାହାଣ୍ଡିର ମିଳିତ ଆନୁକୂଳ୍ୟରେ ଆୟୋଜିତ “ଘୁମର ସାହିତ୍ୟ ଉତ୍ସବ-୨୦୨୬” ଅବସରରେ ବିଶିଷ୍ଟ ନାଟ୍ୟକାର ଅଧ୍ୟାପକ ଗୋପାଳ ମହାରଣାଙ୍କୁ “ଘୁମର ନାଟ୍ୟ ସମ୍ମାନ-୨୦୨୬” ପ୍ରଦାନ କରାଯାଇଛି।
ଓଡ଼ିଆ ନାଟ୍ୟ ସାହିତ୍ୟ ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ, ସୃଜନଶୀଳ ନାଟ୍ୟରଚନା ଏବଂ ସାଂସ୍କୃତିକ କ୍ଷେତ୍ରରେ ଦୀର୍ଘଦିନର ସକ୍ରିୟ ଭୂମିକାକୁ ସ୍ୱୀକୃତି ଜଣାଇ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।


‘ଘୁମର ସାହିତ୍ୟ ଉତ୍ସବ-୨୦୨୬’ରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବିଶିଷ୍ଟ ସାହିତ୍ୟିକ, କବି, ନାଟ୍ୟକାର, ଗବେଷକ ଏବଂ ସଂସ୍କୃତିପ୍ରେମୀମାନେ ଯୋଗଦେଇ ସାହିତ୍ୟ, ଭାଷା ଓ ସଂସ୍କୃତିର ବିଭିନ୍ନ ଦିଗ ଉପରେ ମତବିନିମୟ କରିଥିଲେ। ସମ୍ମାନ ପ୍ରାପ୍ତି ପରେ ଅଧ୍ୟାପକ ଗୋପାଳ ମହାରଣା ଆୟୋଜକ ସଂସ୍ଥା, ବିଚାରକମଣ୍ଡଳୀ ଏବଂ ସାହିତ୍ୟପ୍ରେମୀମାନଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ।
ଏହି ସମ୍ମାନ ଓଡ଼ିଆ ନାଟ୍ୟ ସାହିତ୍ୟର ବିକାଶ ଓ ନୂତନ ପିଢ଼ିକୁ ସୃଜନଶୀଳ ନାଟ୍ୟଚର୍ଚ୍ଚା ପ୍ରତି ଅଧିକ ପ୍ରେରଣା ଯୋଗାଇବ ବୋଲି ସାହିତ୍ୟ ମହଲରେ ମତ ପ୍ରକାଶ ପାଇଛି।ରିପୋର୍ଟ-ସନାତନ ମହାକୁଡ଼।

Leave A Reply

Your email address will not be published.