ବଜାରକୁ ଆସିବ ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍‌

ନୂଆଦିଲ୍ଲୀ : ଖୁବ୍‌ଶୀଘ୍ର ବଜାରକୁ ପଲିମର (ପ୍ଲାଷ୍ଟିକ୍) ନୋଟ୍‌ ଆସିବାକୁ ଯାଉଛି। ଏଥିପାଇଁ ସରକାର ଆବଶ୍ୟକ ଅନୁମତି ପ୍ରଦାନ କରିଛନ୍ତି। ରାଜ୍ୟସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଇଥିବା ସୂଚନା ଅନୁଯାୟୀ ପରୀକ୍ଷାମୂଳକ ଭାବେ ବଜାରକୁ ୨୦୦ କୋଟି ଟଙ୍କାର ୧୦ ଟଙ୍କିଆ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ଛଡାଯିବ। ବଜାରକୁ ପ୍ଲାଷ୍ଟିକ୍ ନୋଟ୍‌ ଛାଡିବା ଲାଗି ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଦିଆଯାଇଥିବା ଏ ସମ୍ପର୍କିତ ପ୍ରସ୍ତାବକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ଯଦି ଏହି ପରୀକ୍ଷା ସଫଳ ହୁଏ ତେବେ ଆଗାମୀ ଦିନରେ ଅନ୍ୟ ମୂଲ୍ୟର ପ୍ଲାଷ୍ଟିକ୍ ନୋଟ୍ ବଜାରକୁ ଛଡାଯିବ। ଗତ ମାସରେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଥିଲେ ଯେ ଆସନ୍ତା ଆର୍ଥିକ ବର୍ଷରୁ ବଜାରରେ ପ୍ଲାଷ୍ଟିକ୍ ନୋଟ ପ୍ରଚଳନ କରାଯିବ।

Comments are closed.