ପାଟଣା ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ, ଥରିଲା ସବୁକିଛି

ପାଟଣା,୨୭ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟରେ ସୋମବାର ପୂର୍ବାହ୍ନରେ ୨ ଥର ପ୍ରଚଣ୍ତ ଶବ୍ଦ ଶୁଣିବାକୁ ମିଳିଛି। ଫଳରେ ଭୂମି ସହ ଘର କାନ୍ଥ, ଝରକା, କବାଟ ଥରି ଉଠିବା ଲୋକେ ଅନୁଭବ କରି ଭୟଭୀତ ହୋଇଛନ୍ତି। ଏହାକୁ କେହି ମୃଦୁ ଭୂକମ୍ପର ଝଟ୍‌କା କହୁଥିବା ବେଳେ କେହି କେହି ଆକାଶରୁ ପ୍ରଚଣ୍ଡ ଶବ୍ଦ ଶୁଭିଥିବା କହୁଛନ୍ତି।

ବର୍ତ୍ତମାନ ସୁଦ୍ଧା ପ୍ରକୃତ କାରଣ ଜଣାପଡ଼ିନାହିଁ।

Comments are closed.