ପଦ୍ମଫୁଲ ଆକୃତିର ବିମାନ ବନ୍ଦର: ପ୍ରଧାନମନ୍ତ୍ରୀ ହେଲେ ପ୍ରଥମ ଯାତ୍ରୀ

ବେଙ୍ଗାଲୁରୁ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ନାଟକର ଶିବମୋଗାରେ ସୋମବାର ବିମାନବନ୍ଦରର ଉଦଘାଟନ କରଛନ୍ତି। ଏହା ସହିତ ବେଲଗାଭିରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇଛନ୍ତି। ସରକାରୀ ବିବୃତ୍ତି ଅନୁଯାୟୀ ପ୍ରଧାନମନ୍ତ୍ରୀ ଶିବମୋଗା ବିମାନବନ୍ଦର ପରିଦର୍ଶନ କରିଛନ୍ତି।

ଏହି ବିମାନବନ୍ଦରରେ ଅବତରଣ କରିଥିବା ପ୍ରଥମ ଯାତ୍ରୀ ନିଜେ ପ୍ରଧାନମନ୍ତ୍ରୀ ହୋଇଛନ୍ତି।

ପଦ୍ମଫୁଲ ଆକୃତିର ଏହି ବିମାନ ବନ୍ଦର ଘଣ୍ଟା ପ୍ରତି ୩୦୦ ଯାତ୍ରୀଙ୍କୁ ନିୟନ୍ତ୍ରଣ କରିପାରିବାକୁ ସକ୍ଷମ। ଏହି ବିମାନବନ୍ଦରଟି ଶିବମୋଗା ଏବଂ ଅନ୍ୟାନ୍ୟ ନିକଟବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗ ସ୍ଥାପନ କରିବାକୁ ସକ୍ଷମ ହେବ। ୬୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବିମାନ ବନ୍ଦର ରାଜ୍ୟର ୯ତମ ଘରୋଇ ବିମାନବନ୍ଦର ପାଲଟିଛି।

Comments are closed.