ସମଗ୍ର ପଶ୍ଚିମାଞ୍ଚଳକୁ ଏକତାର ସୂତ୍ରରେ ବାନ୍ଧିବା ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସମାବେଶ

ସମ୍ବଲପୁର ତା.୧୬/୧୦ – ଆଜିର ଏକତା ସମାବେଶ ରେ ପଶ୍ଚିମାଞ୍ଚଳର ଦଶ ଟି ଜିଲ୍ଲାରୁ ଶତାଧୀକ ସଂଗ୍ରାମୀ ମାନେ ସାମିଲ ହୋଇ ପଶ୍ଚିମାଞ୍ଚଳ ର ବିକାଶ ପାଇଁ ଜିଲ୍ଲା ମାନଂକ ଏକତା ନିହାତି ଜରୁରୀ ବୋଲି ଏକ ସ୍ବରରେ ମତ ପୋଷଣ କରିଥିଲେ । ଏହା ସହିତ ବିଭିନ୍ନ ଜିଲ୍ଲାରୁ ଆସିଥିବା ସଂଗ୍ରାମୀ ମାନେ ପଶ୍ଚିମାଞ୍ଚଳ ର ଏକତା ପାଇଁ ଗଠନାତ୍ମକ ପ୍ରସ୍ତାବ ଦେବା ସହ ନିଜ ନିଜ ଜିଲ୍ଲାର ସମସ୍ୟା ବିଷୟ ରେ ତଥ୍ଯ ଉପସ୍ଥାପନ କରିଥିଲେ ।
ମଞ୍ଚର କାର୍ଯ୍ୟକ୍ରମ ସଂଯୋଜକ ଡ.ପ୍ରମୋଦ ରଥ ସ୍ବାଗତ କରିଥିଲେ । ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାପତି ସୁରେଶ୍ଵର ମିଶ୍ର ମାଁ ସମଲେଶ୍ୱରୀ ଙ୍କ ଠାରେ ଦ୍ବିପ ପ୍ରଜ୍ବଳିତ କରିବା ସହ ଉଦଘାଟନୀ ଭାଷଣ ଦେଇଥିଲେ । ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ମୁଖ୍ଯ ସଂଯୋଜକ ମାନସ ରଞ୍ଜନ ବକ୍ସି କାର୍ଯ୍ୟକ୍ରମ ର ଲକ୍ଷ ଉଦେଶ୍ଯ ବିଷୟ ରେ ସୁଚନା ଦେଇଥିଲେ । ମଞ୍ଚ ର ଆବାହକ ଭବାନୀଶ ଭୋଇ କାର୍ଯ୍ୟକ୍ରମ ପରିଚାଲନା କରିଥିଲେ ।

ଆଜିର ସମାବେଶ ରେ ବୌଦ୍ଧ ରୁ ଦେବାଶିଷ ପୁରୋହିତ, କଲାହାଣ୍ଡି ରୁ ସୁଶୀଲ କୁମାର ପଣ୍ଡା, ବରଗଡ ରୁ ଅବନୀକାନ୍ତ ପଣ୍ଡା, ପ୍ରଶାନ୍ତ ମାଝି, ପ୍ରମୋଦ କୁମାର ଝାଂକର, ବଲାଙ୍ଗିର ରୁ ବିଘ୍ନରାଜ ମୁନା, ପାଟଣାଗଡ଼ ରୁ ଚିନ୍ମୟ ସାହୁ, ଡିଙ୍ଗର କୁମ୍ଭାର, ସୁବର୍ଣ୍ଣପୁର ରୁ ମନୋଜ କୁମାର ବାରିକ, ଶ୍ୟାମା ଓମ ପ୍ରସାଦ ମିଶ୍ର, ସଚିଦାନନ୍ଦ ଦାସ, ଅମ୍ବୁଜ ଶତପତି, ଝାରସୁଗୁଡା ରୁ ଜ୍ଞାନ ବ୍ରତ ଭୋଇ, ଆଦିତ୍ୟ ପଧାନ, ଆକାସ କଲେତ,ବିଜୟ ଦାସ, ଆରତି ପଣ୍ଡା, ଝୁନୁ କଠାର, କବିତା ପଣ୍ଡା, ସୁଜାତା ମିଶ୍ର, ଡ ଦ୍ବିବେନ୍ଦୁ ସାହୁ, ସମ୍ବଲପୁର ରୁ ପ୍ରଫୁଲ ହୋତା, ସରୋଜ ଦାସ, ରବି ପୁଜାରୀ,ଇନ୍ଦ୍ର ଜିତ ତାଣ୍ଡୀ, ଆନନ୍ଦ ସାଗର ଦାସ,ଜଗଦୀଶ ବିଶ୍ବାଲ, ତେଜରାଜ ପଧାନ, ଅର୍ପନ ଦାସ ନାୟକ, କାର୍ତିକ ବହିଦାର, ଅନ୍ନପୁର୍ଣ୍ଣା ବାରିକ, ବିଜୟଲକ୍ଷ୍ମୀ ବେହେରା ପ୍ରମୁଖ ସାମିଲ ହୋଇ ନିଜର ମତପୋଷଣ କରିଥିଲେ ।
ସମାବେଶରେ ପଦ୍ମିନୀ ବୈଠାରୁ, ସବିତା ନନ୍ଦ, ପାଙ୍କଜିନି ବୈଠାରୁ, ତ୍ରୁପ୍ତିମୟୀ ପଣ୍ଡା, ମଂଜୁଲତା ପଣ୍ଡା, ସ୍ବସ୍ତିକା ନାୟକ, ଅଜିତ ରଥ, ସୁବୋଧ ଦୋରା, ଅମିତାଭ ମାଝୀ, ଶଂକର ମେହେର, ଲଲିତ ବେବର୍ତ୍ତା, ସୁରେନ୍ଦ୍ର ବଗର୍ତୀ, ମୁକେଶ ଜରିବାଲ, ଦେବୀ ପ୍ରସାଦ ଭୋଇ, ରାଜେଶ ବେହେରା, ଭୁବନାନନ୍ଦ ଭୋଇ, ରାଜେଶ ସ୍ବାଇଁ, ସନ୍ତୋଷ ବଢାଇ, ଶାଶ୍ବତ ପଣ୍ଡା, ବିପ୍ଳବ ଡନସନା, ହେମକାନ୍ତ ସାହୁ, ମନୋଜ ସାହୁ, ସଂଜୀବ ଠାକୁର, ସବ୍ୟସାଚୀ ମିଶ୍ର, ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ରେ ସହଯୋଗ କରିଥିଲେl ଶେଷରେ ପଙ୍କଜିନି ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ ।

Comments are closed.