ପାର୍ସୀ ଏବଂ ସ୍ପେନିଶ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା

ପାର୍ସୀ ଏବଂ ସ୍ପେନିଶ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ ଓଡ଼ିଆ କବିତା ‘ ଭୋକ ର ଭୂଗୋଳ ଏବଂ ହେ କବିତା ‘ । ଡ଼. ନିଆଲଙ୍କ ‘ଭୋକର ଭୂଗୋଳ’ କବିତା ଇଂରାଜୀରେ ବଙ୍କିମ ମୁଣ୍ଡଙ୍କ ଦ୍ୱାରା ଅନୁଦିତ ହେବାପରେ ପାର୍ସୀ ଭାଷାରେ ବିଶିଷ୍ଟ ଇରାନୀୟ କବି ଏଲହମ୍ ହେମେଡ଼ି ଅନୁଦିତ କରିଛନ୍ତି । କବି ଏଲହମ୍ ହେମେଡ଼ି ଆନ୍ତର୍ଜାତୀୟ ମଲ୍ଟିମେଡ଼ିଆ କଳାକାର, କବି ତଥା କ୍ୟୁରେଟର ଏବଂ ଇରାନର ଭିଜୁଆଲ ଆର୍ଟ ସାଇଣ୍ଟିଫିକ୍ ଆସୋସିଏସନର ସ୍ଥାୟୀ ସଦସ୍ୟ ଅଛନ୍ତି । ସେ ଆନ୍ତାର୍ଜାତୀୟ ସାହିତ୍ୟ ପୁରସ୍କାର ୨୦୨୨, ୱମେନ ଫର କଲଚର ଫର ପିସ (MESTRE/VENEZIA) ପୁରସ୍କାର ପାଇଛନ୍ତି । ଡ଼. ନିଆଲଙ୍କ ‘ହେ କବିତା’ ଇଂରାଜୀରେ ଗୋବିନ୍ଦ ସାହୁଙ୍କ ଦ୍ୱାରା ଅନୁଦିତ ହେବାପରେ ସ୍ପେନିଶ ଭାଷାରେ ବିଶିଷ୍ଟ କବି ଜେଲିନ୍ ରୋକ୍ ମୋଗୋଲନ୍ ଅନୁଦିତ ସହ ପଠନ କରିଛନ୍ତି । ଇକ୍ୟୁଏଡର, ଉତ୍ତର ପଶ୍ଚିମ ଦକ୍ଷିଣ ଆମେରିକା ଦେଶର କବି ଜେଲିନ୍ ରୋକ୍ ମୋଗୋଲନ୍ ୱାର୍ଲଡ ଲିଟେରାରି ଭଏସର କୋର୍ଡିନେଟର ଅଟନ୍ତି । ସେ ଗ୍ଲୋବାଲ ପୋଏଟ 2022 ପୁରସ୍କାର ପାଇଛନ୍ତି । ସେ ଜଣେ କବି, ଅନୁବାଦକ ଭାବେ ବେଶ ଜଣାଶୁଣା । କ୍ରମାଗତ ଭାବେ କବି ନିଆଲଙ୍କ କବିତା ଇଂରାଜୀ,ଇଟାଲୀ, ରୁଷ, ଫ୍ରାନ୍ସ, ଚୀନ, ଆର୍ବିକ,ପାର୍ସିଆ,ପୋଲିସ,ସ୍ପେନିସ,ଆଳବାନିୟନ,ଫିଲିପିନୋ,ଭିଏତନାମା,ଜାପାନ, କିର୍ଗିଜ୍, ହିବ୍ରୁ, ବଙ୍ଗାଳି ଭଳି ୧୬ ଟି ଆନ୍ତଃରାଷ୍ଟ୍ରୀୟ ଭାଷାରେ ଅନୁଦିତ ହୋଇଛି । ସୂଚନା ଯୋଗ୍ୟ ଯେ,ଡ଼.ନିଆଲଙ୍କ ଦୁଇଟି ପୁସ୍ତକ ଇଟାଲୀ ଏବଂ ସ୍ପେନିଶ ଭାଷାରେ ଅନୁଦିତ ହେବାପାଇଁ ଯନ୍ତ୍ରସ୍ତ ଅଛି । ବର୍ତ୍ତମାନ କବି ଡ଼. ଭବାନୀ ନିଆଲଙ୍କ କବିତା ପୁଣି ଦୁଇଟି ବିଦେଶୀ ଭାଷାରେ ଅନୁଦିତ ହେବାପରେ ତାଙ୍କ ଜନ୍ମମାଟି କଳାହାଣ୍ଡି ସମେତ ରାଜ୍ୟର ଅନେକ ମହଲରେ ଖୁସିର ଲହରୀ ଖେଳିଯାଇଛି ।

Comments are closed.