ପରକୀୟା ପ୍ରୀତିର ଖତରନାକ ଫଳାଫଳ; ମିଳିଲା ପ୍ରେମୀଯୁଗଳଙ୍କ ପଚା ଶରୀର

ବାଡ଼ମେର: ରାଜସ୍ଥାନର ବାଡ଼ମେରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏକ ଯୁବକ ଓ ଯୁବତୀଙ୍କ ଫଟୋ ପାଣିରେ ଭାସୁଥିବା ବେଳେ ଉଦ୍ଧାର ହୋଇଛି। ସେଠାରେ ଦୁହଁଙ୍କ କପଡ଼ା ଓ ଜୋତା ବି ପଡ଼ିଥିବାର ଦେଖିବାକୁ ମିଳିଛି। ଏହି ସୂଚନା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି ହୋଇଛି। ପୁଲିସ୍ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିବା ପରେ ଅଶ୍ଚର୍ଯ୍ୟ କରିବା ପରି ତଥ୍ୟ ହସ୍ତଗତ ହୋଇଛି।

ସୂଚନାନୁସାରେ, ମୋତିସରା ଗାଁର ବାସିନ୍ଦା ଲୀଲାରାମ ନିଜ କ୍ଷେତରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ପଚାଳିଆ ଗନ୍ଧ ହେ‌ଲା। ତାପରେ ସେ ସେଠାରେ କିଛି କପଡ଼ା ଓ ଚପଲ ଦେଖିବାକୁ ପାଇ‌ଲେ। ସେଠାରେ ତାପରେ ସେ ୨ଟି ମୃତଦେହ ଦେଖିବାକୁ ପାଇଲେ। ୨ଟି ମୃତଦେହ ଦେଖିବା ପରେ ସେ ତତ୍‌କ୍ଷଣାତ ଏ ସଂପର୍କରେ ସରପଞ୍ଚ ଓ ପୁଲିସ୍‌କୁ ସୂଚନା ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ୍‌ କରିବା ସହ ଦୁଇ ପରିବାରଙ୍କୁ ଡାକି ପଚରା ଉଚରା ଆରମ୍ଭ କରିଥିଲା।

ମୃତ୍ୟୁକୁ ଅନେକ ଦିନ ବିତି ଯାଇଥିବାରୁ ୨ଟି ଯାକ ମୃତ ଦେହ ପଚି ଯାଇଥିଲା। ପୁଲିସ୍‌ ଶବ ଜବତ କରିବା ସହ ତାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ଜାଣିବାକୁ ମିଳିଛି ଯେ ଜଣେ ବିବାହିତା ମହିଳା ଗତ ୧୩ ତାରିଖରୁ ନିଖୋଜ ଥିଲେ। ୧୪ ତାରିଖରେ ପୁଲିସ୍‌ରେ ତାଙ୍କ ନିଖୋଜ ହେବା ନେଇ ଏକ ମାମଲା ରୁଜୁ କରାଯାଇଥିଲା। ପରିବାର ଲୋକ ଏହା ପଛରେ ଜୋଗାରାମର ହାତ ଥାଇପାରେ ବୋଲି ପୁଲିସ୍‌କୁ କହିଥିଲେ। ପୁଲିସ ବହୁ ଖୋଜାଖୋଜି ପରେ ବି ଦୁହିଁଙ୍କୁ ପାଇନଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ସେ ଦୁହିଁଙ୍କ ମୃତଦେହ ଉଦ୍ଧାର ହୋଇଛି। ଜାଣିବାକୁ ମିଳିଛି ଯେ ଜୋଗାରାମ ଥିଲେ ମହିଳାଙ୍କ ପଡ଼ୋଶୀ। ସେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା।

 

Comments are closed.