ପାକ୍‌ କ୍ରିକେଟରଙ୍କ ଦିୱାନୀ ହେଲେ ଉର୍ବଶୀ; ପ୍ରଶଂସକ ଖପ୍ପା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଉର୍ବଶୀ ରୌତେଲା ଆଜିକାଲି ତାଙ୍କ କ୍ରିକେଟ ପ୍ରେମକୁ ନେଇ ଚର୍ଚ୍ଚାରେ। ଏସିଆ କପରେ ଭାରତ ଏବଂ ପାକିସ୍ତାନ ଦଳ ମଧ୍ୟରେ ମ୍ୟାଚ୍ ଦେଖିବାକୁ ଉର୍ବଶୀ ଆସିଥିଲେ। ସୋସିଆଲ ମିଡିଆ ୟୁଜର୍ସଙ୍କ କହିବା କଥା, କ୍ରିକେଟର ଋଷଭ୍ ପନ୍ତ ଏବଂ ତାଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଯୋଗୁଁ ଉର୍ବଶୀ ଭାରତ ମ୍ୟାଚ୍‌ ଦେଖିବାକୁ ଆସୁଛନ୍ତି। ସେପ୍ଟେମ୍ବର ୪ ତାରିଖରେ ଉର୍ବଶୀ ପୁଣି ଥରେ ଭାରତ-ପାକ୍‌ ମ୍ୟାଚ୍ ଦେଖିବାକୁ ଆସିଥିଲେ। ତେବେ ଏଥର ତାଙ୍କ ନଜର ପନ୍ତଙ୍କ ଉପରେ ନୁହେଁ ବରଂ ପାକିସ୍ତାନୀ କ୍ରିକେଟରଙ୍କ ଉପରେ ଥିଲା।

ଉର୍ବଶୀ ରୌତେଲା ଓ ଭାରତୀୟ କ୍ରିକେଟର ଋଷଭ୍ ପନ୍ତଙ୍କ ମଧ୍ୟରେ ମତଭେଦ ବିଷୟ ସମସ୍ତେ ଜାଣନ୍ତି। କିନ୍ତୁ ଲାଗୁଛି ଏହି ଲଢେଇ ମଧ୍ୟରେ ଉର୍ବଶୀ ପାକିସ୍ତାନୀ କ୍ରିକେଟର ନସୀମ ଶାହଙ୍କ ଆଡ଼କୁ ଢଳିଲେଣି। ସେଥିପାଇଁ ତ ମ୍ୟାଚ୍‌ ପରେ ଉର୍ବଶୀ ନସୀମଙ୍କ ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଶେୟାର କରିଥିଲେ। ଏହି ଭିଡିଓରେ ନସୀମ ମଇଦାନରେ ହସୁଥିବା ବେଳେ, ଏପଟେ ଉର୍ବଶୀ ତାଙ୍କୁ ଦେଖି ଲାଜେଇ ଯାଉଥିବା ଦେଖିବାକୁ ମିଳିଛି।

Comments are closed.