ଓଲଟିଲା ଓଏସଆରଟିସି ବସ୍, ୭ ଗୁରୁତର

କୋରାପୁଟ : ମାଲକାନଗିରିର ଏମଭି ୭୯ରୁ ବିଶାଖାପାଟଣା ଯାଉଥିବା ଓଏସଆରଟିସି ବସ ଆନ୍ଧ୍ରର ସାଲୁର ବାଇପାସ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ରେ ଥିବା ୩୧ ଯାତ୍ରୀଙ୍କ ମଧ୍ୟରୁ ୭ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ ବସର ଷ୍ଟିୟରିଂ ଲକ ହେବା ଦ୍ଵାରା ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିଲା। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଗାଡ଼ିରେ ମୋଟ୍ ୩୧ ଜଣ ଯାତ୍ରୀ ଯାତ୍ରା କରୁଥିବାବେଳେ ଦୁର୍ଘଟଣାରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପ୍ରଥମେ ସାଲୁର ଓ ପରେ ବିଜୟନଗରମ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ସାଲୁର ପୁଲିସ୍‌ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Comments are closed.