ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷଙ୍କୁ ଭେଟିଲେ ଯୁକ୍ତରାଷ୍ଟ୍ର ଆମେରିକାର ରାଜନୈତିକ ଓ ଅର୍ଥନୈତିକ ଅଧିକାରୀ

ଭୁବନେଶ୍ୱର : (ବିବି ନିୟୁଜ ବ୍ୟୁରୋ)  ହାଇଦ୍ରାବାଦରେ ଅବସ୍ଥାପିତ ଯୁକ୍ତରାଷ୍ଟ୍ର ଆମେରିକା କନ୍‌ସୁଲେଟ୍‌ର ରାଜନୈତିକ ଓ ଅର୍ଥନୈତିକ ବିଭାଗର ରାଜନୈତିକ ଓ ଅର୍ଥନୈତିକ ଅଧିକାରୀ ସିନ୍ ରୁଥ୍ ଆଜି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗଚୀଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ ରାଜନୈତିକ ଓ ଅର୍ଥନୈତିକ ବିଶେଷଜ୍ଞ ଶିବପ୍ରସାଦ ତ୍ରିପାଠୀ ମଧ୍ୟ ଶ୍ରୀ ରୁଥ୍‌ଙ୍କ ସହ ଉପସ୍ଥିତ ଥିଲେ । ଶ୍ରୀ ରୁଥ୍ ଏବଂ ତାଙ୍କ ସହଯୋଗୀମାନେ ଶ୍ରୀ ବାଗ୍‌ଚୀଙ୍କ ସହ ଯୁବବର୍ଗଙ୍କ ଦକ୍ଷତା ବିକାଶ ସମେତ ରାଜ୍ୟର ବୃହତ୍ତର ଅର୍ଥନୈତିକ ଓ ରାଜନୈତିକ ବିଷୟ ନେଇ ଦୀର୍ଘ ଏକ ଘଣ୍ଟା କାଳ ଆଲୋଚନା କରିଥିଲେ । ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଶ୍ରୀ ବାଗଚୀ ଅତିଥିମାନଙ୍କୁ ଓଡ଼ିଶା ପରିଦର୍ଶନ ନେଇ ଧନ୍ୟବାଦ ଜ୍ଞାପନ କରିବା ସହ ଭବିଷ୍ୟତରେ ଯୁକ୍ତରାଷ୍ଟ୍ର ଆମେରିକା କନ୍‌ସୁଲେଟ୍ ସହ ସମସ୍ତସ୍ତରରେ ଅଧିକ ସହଯୋଗ ଏବଂ ଭାବବିନିମୟ ଜାରି ରହିବ ବୋଲି ଆଶା ପ୍ରକାଶ କରିଥିଲେ । ଶ୍ରୀ ବାଗଚୀଙ୍କ ତରଫରୁ ଶ୍ରୀ ରୁଥ୍‌ଙ୍କୁ ଓଡ଼ିଶାର ଏକ ପଟ୍ଟଚିତ୍ର ଉପହାର ଦିଆଯାଇଥିଲା

Comments are closed.