ଭୁବନେଶ୍ଵର: ଗ୍ରୀନ୍ ଉଦ୍ୟୋଗ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ନିଜର ଅସାଧାରଣ ଯୋଗଦାନ ପାଇଁ ଓଡ଼ିଶାର ୧୩ ବର୍ଷୀୟା ଜଳବାୟୁ କର୍ମୀ ମୋକ୍ଷା ଧୃତି ପାଣିଗ୍ରାହୀଙ୍କୁ ପ୍ରସିଦ୍ଧ ‘ପ୍ରାଇଡ୍ ଅଫ୍ ଇଣ୍ଡିଆ ୨୦୨୬” ସମ୍ମାନରେ ସମ୍ମାନିତ କରାଯାଇଛି। ‘ଗ୍ରୀନ୍ ଷ୍ଟାର୍ଟ-ଅପ୍’ ବର୍ଗରେ ତାଙ୍କୁ ଏହି ସମ୍ମାନ ମିଳିଛି।
ନୂଆଦିଲ୍ଲୀଠାରେ ଆୟୋଜିତ ‘ପ୍ରାଇଡ୍ ଅଫ୍ ଭାରତ ଲିଡରସିପ୍ ସମିଟ୍ ୨୦୨୬′ ଅବସରରେ କେନ୍ଦ୍ର ଏସ୍ଏସ୍ଏମ୍ଇ ମନ୍ତ୍ରୀ ଜିତନ ରାମ ମାନଝୀ, ସାଂସଦ ଏବଂ ସେସେଲ୍ସର ହାଇକମିଶନରଙ୍କ ଉପସ୍ଥିତିରେ ମୋକ୍ଷାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଆଜି ଏନେଇ ଛାତ୍ରୀ ପାଣିଗ୍ରାହୀ ସାମ୍ବାଦିକ ସମ୍ମିଳନୀରେ କୃତଜ୍ଞତା ପ୍ରକାଶ କରିଛନ୍ତି।
Comments are closed.