ଓଡ଼ଗାଁ : ୧୩/୦୯(ନି.ପ୍ର)-କରୋନା ପ୍ରଭାବରୁ ଦୀର୍ଘ ଦୁଇବର୍ଷ ପରେ ଓଡ଼ଗାଁ ଛାମୁସାହିସ୍ଥିତ ଶ୍ରୀ ଶ୍ରୀ ଭାଗବତ ଜୀଉଙ୍କ ଜନ୍ମୋତ୍ସବ ଉପଲକ୍ଷେ ଗତକାଲି ସାହିମେଢ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଉତ୍ସବରେ ଛାମୁସାହି,ଓଡ଼ିଆ ସାହି,କଦମ୍ବ ବଜାର, ପାଟଣାସାହି,ପାଇକସାହି ଓ ଗୋଲାନନାଙ୍କ ତରଫରୁ ବିଭିନ୍ନ ପୌରାଣିକ କଥାବସ୍ତୁ ଆଧାରରେ ଲକ୍ଷ୍ମୀ ନାରାୟଣ ବେଶ,ପଞ୍ଚବଟୀରେ ସୂର୍ପଣଖା ପ୍ରବେଶ,ନୃସିଂହ ଅବତାର ବେଶ,ରାଧାକୃଷ୍ଣ ବେଶ,ସତୀ ସାବିତ୍ରୀ-ସତ୍ୟବାନ-ଯମ ବେଶ,ଭକ୍ତ ଧ୍ରୁବ ବେଶ,ଶିବ-ହନୁମାନ କଳି ବେଶ ଇତ୍ୟାଦି ମେଢ଼ଗୁଡିକ ବିଭିନ୍ନ ସାହି ପରିକ୍ରମା କରିଥିଲେ।ପାରମ୍ପରିକବାଦ୍ୟ ଢୋଲ, ମୄଦଙ୍ଗ,ଗିନି ମାଧ୍ୟମରେ ଏହି ବିରାଟ ଶୋଭାଯାତ୍ରା ଉପସ୍ଥିତ ଶହଶହ ଦର୍ଶକଙ୍କ ମନ ମୋହିଥିଲା।ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟକ୍ରମ ଶାନ୍ତି ଶୄଙ୍ଖଳାରେ ସମାପନ ହୋଇଥିଲା।ସର୍ବଶେଷରେ ମେଢ଼ଗୁଡିକୁ ବିଚାରକ ମାନଙ୍କ ଦ୍ୱାରା ମୂଲ୍ୟାଙ୍କନ କରାଯିବାପରେ ଏକ ସଭାର ଆୟୋଜନ କରାଯାଇ ସଭାପତି ଦିବାକର ନାୟକ,ବିଚାରକ ଶରତଚନ୍ଦ୍ର ଷଡ଼ଙ୍ଗୀ, ରଞ୍ଜନ କୁମାର ଦାଶ,ଭାବଗ୍ରାହୀ ମହାପାତ୍ର ଓ ଯଶୋବନ୍ତ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେତାମାନଙ୍କୁ ଯଥାକ୍ରମେ ପାଞ୍ଚ ହଜାର, ଚାରିହଜାର,ତିନିହଜାର ଏବଂ ସାନ୍ତ୍ବନାମୂଳକ ଭାବେ ଦୁଇ ହଜାର ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା।ପ୍ରକାଶଥାଉ କି ଶ୍ରୀ ଶ୍ରୀ ଭାଗବତ ଜୀଉ ପୂଜା ପରିଷଦ ପକ୍ଷରୁ ଦୀର୍ଘବର୍ଷ ଧରି ଉକ୍ତ କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ପାଳିତ ହୋଇଆସୁଛି।
Sign in
Sign in
Recover your password.
A password will be e-mailed to you.
Comments are closed.