ବାତ୍ୟା ବିପନ୍ନଙ୍କ ପାଇଁ ୫୦ କିଲୋ ଚାଉଳ ଓ ୨,୫୦୦ ଟଙ୍କା ରିଲିଫ୍ ପାଇଁ ଦାବି କଲେ ନିରଞ୍ଜନ ଓ ରୂପେଶ ।

0

ଗଜପତି, ୨୧.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲାରେ ବାତ୍ୟା ଓ ଲଗାଣ ବର୍ଷା ଯୋଗୁଁ ଚାଷୀଙ୍କ ଫସଲ ସମେତ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ବିପନ୍ନଙ୍କ ଦୁଃଖ ବୁଝିବାକୁ ଆଗେଇ ଆସିଛନ୍ତି ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ।ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଉଭୟ ନେତା ଦୁଇଦିନ ଧରି ମୋହନା ଓ ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀର ବିଭିନ୍ନ କ୍ଷତିଗ୍ରସ୍ତ ପଞ୍ଚାୟତ ଗସ୍ତ କରି ଚାଷୀ ଓ ବିପନ୍ନ ପରିବାରଙ୍କ ସହ ଆଲୋଚନା କରିଥିଲେ।
ପରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କୁ ସାକ୍ଷାତ କରି ପ୍ରତ୍ୟେକ ରାସନ କାର୍ଡଧାରୀ ପରିବାରକୁ ୫୦ କିଲୋ ଚାଉଳ ଓ ୨,୫୦୦ ଟଙ୍କା ରିଲିଫ୍ ସହାୟତା ତୁରନ୍ତ ପ୍ରଦାନ କରିବାକୁ ଦାବି ଜଣାଇଥିଲେ। ଏହାସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ଗରିବ ପରିବାରଙ୍କୁ ଜରୁରୀ ସହାୟତା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ।ବିପଦ ସମୟରେ ରାଜନୀତିଠାରୁ ଊର୍ଦ୍ଧ୍ୱରେ ରହି ଲୋକଙ୍କ ପାଖରେ ଛିଡ଼ା ହେବା ହିଁ ପ୍ରକୃତ ଜନସେବା ବୋଲି ଉଭୟ ନେତା ମତବ୍ୟକ୍ତ କରିଥିଲେ।

Leave A Reply

Your email address will not be published.