ରାମନଗର ବସ୍ତିବାସିନ୍ଦାଙ୍କ ପାଇଁ ସମାଜସେବୀ ଜସ୍ମିନ ସେଖଙ୍କ ସହାୟତାର ହାତ

ଶୀତ ଋତୁରେ ଅସହାୟ ପରିବାରଙ୍କୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନ, ଜସ୍ମିନଙ୍କ ମାନବିକତାକୁ ପ୍ରଶଂସା ।

0

ଗଜପତି, ୨୧ ନଭେମ୍ବର(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-: ମାନବ ସେବା ହିଁ ମାଧବ ସେବା। ଏହି ମହତ୍ ଉଦ୍ଦେଶ୍ୟକୁ ଆଧାର କରି ପୁଣିଥରେ ଅସହାୟ ଓ ଗରିବ ବସ୍ତିବାସିନ୍ଦାଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି ସମାଜସେବୀ ଜସ୍ମିନ ସେଖ।

ପାରଳାଖେମୁଣ୍ଡି ପୌରପରିଷଦର ୧ ନମ୍ବର ୱାର୍ଡ ଅନ୍ତର୍ଗତ ରାମନଗର ବସ୍ତିରେ ବସବାସ କରୁଥିବା ଗରିବ ଓ ଅସହାୟ ପରିବାରଗୁଡ଼ିକୁ ଜସ୍ମିନ ସେଖଙ୍କ ପକ୍ଷରୁ ଖାଦ୍ୟ ସାମଗ୍ରୀ ଓ ବସ୍ତ୍ର ଯୋଗାଇ ଦିଆଯାଇଛି।

ବର୍ତ୍ତମାନ ଶୀତ ଋତୁ ଆରମ୍ଭ ହୋଇଥିବାରୁ ବସ୍ତିବାସିନ୍ଦାଙ୍କ ପାଇଁ କମ୍ବଳ, ବସ୍ତ୍ର ଓ ଖାଦ୍ୟର ନିହାତି ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ବସ୍ତିବାସିନ୍ଦାଙ୍କ ଅନୁରୋଧକୁ ଗୁରୁତ୍ୱ ଦେଇ ଜସ୍ମିନ ସେଖ ସହାୟତାର ହାତ ବଢ଼ାଇଛନ୍ତି।

ତାଙ୍କର ଏହି ମାନବିକ ପଦକ୍ଷେପରେ ବସ୍ତିବାସିନ୍ଦାମାନେ ବେଶ୍ ଖୁସି ଓ ଆନନ୍ଦ ପ୍ରକାଶ କରିବା ସହ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମାଜର ଅବହେଳିତ, ଗରିବ ଓ ଅସହାୟ ଲୋକଙ୍କ ଦୁଃଖ ସମୟରେ ସହଯୋଗର ହାତ ବଢ଼ାଇବା ହିଁ ପ୍ରକୃତ ସମାଜସେବା ବୋଲି ଏହି ପଦକ୍ଷେପ ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରୁଛି।

Leave A Reply

Your email address will not be published.