ଗଜପତି, ୨୧.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):– ବାତ୍ୟା ‘ଅକ୍ୱାନ୍’ ପରବର୍ତ୍ତୀ ପରିସ୍ଥିତିରେ ଗଜପତି ଜିଲ୍ଲାରେ ପଶୁସମ୍ପଦର ସୁରକ୍ଷା ଓ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦିଆଯାଇଛି। ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିରେ ଗୃହପାଳିତ ପଶୁମାନଙ୍କ ସୁରକ୍ଷା ସହ ସେମାନଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉପରେ ପଶୁଚିକିତ୍ସା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି।ଜିଲ୍ଲାର ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପଶୁମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଅସୁସ୍ଥ ଓ ଆହତ ପଶୁମାନଙ୍କୁ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ଏଥିସହ ଜରୁରୀ ଔଷଧପତ୍ର ଓ ପଶୁଖାଦ୍ୟ ଯୋଗାଣ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଛି।ବିପର୍ଯ୍ୟୟ ସମୟରେ କେବଳ ମାନବ ସମ୍ପଦ ନୁହେଁ, ପଶୁସମ୍ପଦର ସୁରକ୍ଷା ମଧ୍ୟ ସମାନ ଭାବେ ଜରୁରୀ। ତେଣୁ ପଶୁମାନଙ୍କୁ ନିରାପଦ ସ୍ଥାନରେ ରଖିବା, ଦୂଷିତ ଜଳ ଓ ଖାଦ୍ୟଠାରୁ ଦୂରେଇ ରଖିବା ଏବଂ ରୋଗର ଲକ୍ଷଣ ଦେଖାଦେଲେ ତୁରନ୍ତ ପଶୁଚିକିତ୍ସା ବିଭାଗର ସହାୟତା ନେବାକୁ ଗୁରୁତ୍ୱ ଦିଆଯାଉଛି।ଏହି ପଦକ୍ଷେପ ମାଧ୍ୟମରେ ବାତ୍ୟା ପରବର୍ତ୍ତୀ ସମୟରେ ଗଜପତି ଜିଲ୍ଲାର ପଶୁସମ୍ପଦର ସୁରକ୍ଷା ସହ ଗ୍ରାମାଞ୍ଚଳର ପଶୁପାଳକଙ୍କ ଜୀବିକାକୁ ସୁରକ୍ଷିତ ରଖିବା ଦିଗରେ ପ୍ରୟାସ କରାଯାଉଛି।
Sign in
Sign in
Recover your password.
A password will be e-mailed to you.