ବାଲେଶ୍ୱର,୩/୫(କୃଷ୍ଣ କୁମାର ମହାନ୍ତି): ଭାରତର ପ୍ରତିରକ୍ଷା ବିଭାଗ ଆଉ ଏକ ବଡ଼ ସଫଳତା ହାସଲ କରିଛି। ଓଡ଼ିଶା ଉପକୂଳସ୍ଥ ପ୍ରତିରକ୍ଷା କେନ୍ଦ୍ରରୁ ଦୂରଗାମୀ ହାଇପରସୋନିକ୍ ନାଭାଲ ଆଣ୍ଟି-ସିପ୍ ମିସାଇଲ୍ ର ଫେଜ୍-୨ ପରୀକ୍ଷଣ ସଫଳତାର ସହ ଗତକାଲି କରାଯାଇଛି। ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ଦ୍ୱାରା ନିର୍ମିତ ଏହି ସ୍ୱଦେଶୀ କ୍ଷେପଣାସ୍ତ୍ର ଶତ୍ରୁପକ୍ଷର ଯୁଦ୍ଧ ଜାହାଜକୁ ଧ୍ୱଂସ କରିବାରେ ସମ୍ପୂର୍ଣ୍ଣ ସକ୍ଷମ। ପରୀକ୍ଷଣ ସମୟରେ ମିସାଇଲଟି ନିଜର ପୂର୍ବ ନିର୍ଦ୍ଧାରିତ ପଥରେ ଗତି କରି ସଫଳତାର ସହ ଲକ୍ଷ୍ୟଭେଦ କରିଥିଲା। ମିସାଇଲର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ପ୍ରାୟ ୧୫୦୦ କିଲୋମିଟର ଦୂରେ ଥିବା ଶତ୍ରୁର ଲକ୍ଷ୍ୟଭେଦ କରିପାରିବ। ଶବ୍ଦର ବେଗ ଠାରୁ ୫ରୁ ୧୦ ଗୁଣ ଅଧିକ ବେଗରେ ଏହା ଗତି କରିଥାଏ। ଏହି ଅତ୍ୟଧିକ ବେଗ ଯୋଗୁଁ ଏହାକୁ ଶତ୍ରୁପକ୍ଷର ରାଡାର୍ ବା ପ୍ରତିରକ୍ଷା ପ୍ରଣାଳୀ ଧରିବା ଅସମ୍ଭବ। ସମୁଦ୍ର ମଧ୍ୟରେ ସ୍ଥିର ବା ଗତିଶୀଳ ଯୁଦ୍ଧ ଜାହାଜକୁ ସଠିକ୍ ଭାବେ ନଷ୍ଟ କରିବା ପାଇଁ ଏହା ଡିଜାଇନ୍ କରାଯାଇଛି। ଏହି ସଫଳତା ସହ ଭାରତ ବର୍ତ୍ତମାନ ବିଶ୍ୱର ସେହି ଅଳ୍ପ କେତେକ ଦେଶ ମଧ୍ୟରେ ସାମିଲ ହୋଇଛି, ଯେଉଁମାନଙ୍କ ପାଖରେ ହାଇପରସୋନିକ୍ ପ୍ରଯୁକ୍ତିବିଦ୍ୟା ରହିଛି। ଏହି ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ ଓ ଭାରତୀୟ ନୌସେନାର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.