ନମଃ ନମଃ ପ୍ରଭୁ ବିଘ୍ନେଶ

ଅର୍ଜୁନୀ ଚରଣ ବେହେରା

ନମଃ ନମଃ ପ୍ରଭୁ ବିଘ୍ନେଶ
=============
ନମଃ ନମଃ ପ୍ରଭୁ ବିଘ୍ନେଶ
ଆହେ ବିଘ୍ନ ନାଶନ l
ବିଘ୍ନହର୍ତ୍ତା ପ୍ରଭୋ ଶଙ୍କର
ଗଉରୀଙ୍କ ନନ୍ଦନ ll
ନମ ନମ ବିଦ୍ୟାପତି ହେ
ପ୍ରଭୂ ବିଦ୍ୟାବାଗୀଶ l
ବିଦ୍ୟାଦାତା ପ୍ରଭୁ ହେରମ୍ଵ
ନମଃ ନମଃ ଗଣେଶ l
ନମଃ ନମଃ ବକ୍ରତୁଣ୍ଡ ହେ
ପ୍ରଭୁ ଗଜ ବଦନ l
ନମଃ ନମଃ ମହାକାୟ ହେ
ପ୍ରଭୁ ମୂଷା ବାହନ ll
ନମଃ ନମଃ ଲମ୍ବୋଦର ହେ
ପ୍ରଭୁ ଲମ୍ବ ଉଦର l
ମହୋଦରେ ତବ ପୁରିଛି
ବିଦ୍ୟାବୁଦ୍ଧି ଭଣ୍ଡାର ll
ନମଃ ନମଃ ଗଜାନନ ହେ
ପ୍ରଭୁ ମୟୁରେଶ୍ୱର l
ମୟୂର ପୃଷ୍ଠରେ ଆରୋହୀ
ବଧିଲ ଗଜାସୁର ll
ହସ୍ତେ ତୁମ୍ଭ ପାଶ ଅଙ୍କୁଶ
ପ୍ରଭୁ ବିଶ୍ଵ ମଙ୍ଗଳ l
ନମଃ ନମଃ ବକ୍ର ତୁଣ୍ଡାୟ
ମୁହିଁ ବିଦ୍ୟା କାଙ୍ଗାକ ll
ନମଃ ନମଃ ଗଣପତି ହେ
ପ୍ରଭୁ ଗଣ ଦେବତା l
ନମଃ ନମଃ ବିନାୟକ ହେ
ସରବ ଶାସ୍ତ୍ର ଜ୍ଞାତା ll
ନମଃ ନମଃ ଅଗ୍ରପୂଜ୍ୟ ହେ
ସର୍ଵ ଅଗ୍ରତେ ପୂଜ୍ୟ l
ନମଃ ନମଃ ଗଣନାୟକ
ପ୍ରଭୁ କାର୍ତ୍ତିକାନୁଜ ll
ନମଃ ନମଃ ସିଦ୍ଧି ଦାୟକ
ହେ ସିଦ୍ଧି ବିନାୟକ l
ରିଦ୍ଧି, ସିଦ୍ଧି ତୁମ୍ଭ ନାୟିକା
ପ୍ରିୟ ଲଡ଼ୁ ମୋଦକ ll
ନମଃ ନମଃ ଗଣ ଦେବତା
ପ୍ରଭୁ ଗଣ ଈଶ୍ୱର l
ସଦ ବିଦ୍ୟା ବୁଦ୍ଧି ଦିଅ ହେ
ତବ ବନ୍ଦେ ପୟର ll
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ – ୭୬୯୩୦୯୧୯୭୧

Comments are closed.