ନବଗ୍ରହ ବନ୍ଦନା

ଅର୍ଜୁନୀ ଚରଣ ବେହେରା

ନବଗ୍ରହ ବନ୍ଦନା
============
ସପ୍ତାହ ପ୍ରଥମ ବାର ଆଜି ରବିବାର l
ରବିଙ୍କୁ ବନ୍ଦିଲି ମୁହିଁ ଦେବ ଦିବାକର ll
ସୃଷ୍ଟି, ସ୍ଥିତି, ପ୍ରଳୟର ଅଟନ୍ତି ନିୟନ୍ତା l
ବିଶ୍ଵକର୍ମାଙ୍କର ଯିଏ ଅଟନ୍ତି ଜାମାତା ll
ଦ୍ଵିତୀୟେ ବନ୍ଦନାକଲି ମୁହିଁ ନିଶାକର l
ସର୍ବୌଷଧି ସ୍ରଷ୍ଟା ପୁଷ୍ଟିକର୍ତ୍ତା ଜଗତର ll
ମଙ୍ଗଳେ ବନ୍ଦନାକଲି ଲୋହିତଗ୍ରହଙ୍କୁ l
ମଙ୍ଗଳମୟ ମଙ୍ଗଳେ ପାଳନ୍ତି ସଭିଙ୍କୁ ll
ଚତୁର୍ଥେ ବନ୍ଦନା କରେ ନିଶିନାଥ ପୁତ୍ର l
ବୁଧନାମେ ଅଟନ୍ତି ଯେ ସର୍ବ ପରିଚିତ ll
ପଞ୍ଚମେ ବନ୍ଦନା ଦେବ ଗୁରୁ ବୃହସ୍ପତି l
ଅମରେ ଯାହାଙ୍କ ସ୍ତୁତି ନିତି କରୁଛନ୍ତି ll
ଷଷ୍ଠରେ ବନ୍ଦନାକରେ ଦଇତଙ୍କ ଗୁରୁ l
କଚ ହରିଗଲେ ସଞ୍ଜିବନୀ ତାଙ୍କଠାରୁ ll
ସପ୍ତମେ ବନ୍ଦନାକରେ ମାର୍ତ୍ତଣ୍ଡ କୁମର l
ନ୍ୟାୟବନ୍ତ ଦଣ୍ଡଧର ଦେବ ଶନିଶ୍ଚର ll
ଅଷ୍ଟମେ ରାହୁଙ୍କୁ ମୁହିଁ ବନ୍ଦନା କରଇ l
ପୀଡ଼ା ନଦିଅନ୍ତୁ କାହାରିକୁ ଦୟାବହି ll
ନବମେ ବନ୍ଦନା କଲି ମହାଗ୍ରହ କେତୁ l
ଜୀବମଙ୍ଗଳରେ ସଦା ରହିଥାନ୍ତୁ ହେତୁ ll
ପ୍ରାଣୀଙ୍କ କର୍ମ ନିୟନ୍ତା ବନ୍ଦେ ନବଗ୍ରହ l
କୁଶଳ ମଙ୍ଗଳେ ହୁଅ ପ୍ରାଣୀଙ୍କୁ ସହାୟ ll
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.