କଟକ : ବାଲେଶ୍ବର ଫକୀର ମୋହନ ମେଡିକାଲ କଲେଜ ଛାତ୍ରୀଙ୍କର କଟକରେ ରହସ୍ୟଜନକ ମୃତ୍ୟୁ ପଛରେ ଜଣେ ଟ୍ରେନିଂ ଓଏଏସ୍ ଅଫିସରଙ୍କ ଲିଙ୍କ୍ ଅଭିଯୋଗ। ଗତକାଲି ତ୍ରିଶୁଳିଆ ବ୍ରିଜ୍ ତଳୁ ଏମବିବିଏସ୍ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ପରେ ଆଜି ମୟୂରଭଞ୍ଜ ଉଦଳାସ୍ଥିତ ତାଙ୍କ ଗାଁକୁ ଯାଇଛି ମୃତଦେହ। ଏକମାତ୍ର ପଢୁଆ ଝିଅକୁ ହରାଇ ଭାଙ୍ଗିପଡ଼ିଥିବା ଚନ୍ଦ୍ରିକାଙ୍କ ପରିବାର ଲୋକେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। କହିଛନ୍ତି ଝିଅ ସହ ଦୀର୍ଘ ବର୍ଷ ଧରି ପ୍ରେମ ସମର୍କରେ ଥିବା ଓଏଏସ୍ ଅଫିସର ଭୀମସେନ୍ ଟୁଡୁ ଅନ୍ୟ ଜଣେ ଝିଅକୁ ପାଇବା ପରେ ଚନ୍ଦ୍ରିକାଙ୍କୁ ରାସ୍ତାରୁ ହଟାଇ ଦେଇଛନ୍ତି। ଏ ନେଇ ଭୀମସେନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ସେପଟେ ସବୁ ଦିଗକୁ ନେଇ ତଦନ୍ତ ହେଉଥିବା କହିଛନ୍ତି କଟକ ଡିସିପି।
Comments are closed.