ରିଲିଫ ବଣ୍ଟନକରି ଫେରୁଥିବା ସମୟରେ ସଡ଼କ ଦୁର୍ଘଟଣାରେ ପୌର ପରିଷଦ ଡି ଏଲ ଆର୍ କର୍ମଚାରୀଙ୍କ ମୃତ୍ୟୁ

0

ପଟ୍ଟାମୁଣ୍ଡାଇ୧୪/୯ :  ଗତକାଲି ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ପୌର ପରିଷଦର ଜନୈକ ଡି ଏଲ ଆର୍ କର୍ମଚାରୀ ଅକ୍ଷୟ ମଲ୍ଲିକ (ଅମିନ) ୧୦ ନଂ ଓ୍ଵାର୍ଡରେ ରିଲିଫ ବଣ୍ଟନ କରି ଘରକୁ ଫେରୁଥିବା ସମୟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି I ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ଗୋବିନ୍ଦ ପୁର ଗ୍ରାମର ଅକ୍ଷୟ ମଲ୍ଲିକ (ଅମିନ)୫୯ ପଟ୍ଟାମୁଣ୍ଡାଇ ପୌର ପରିଷଦରେ ଡି ଏଲ ଆର୍ କର୍ମଚାରୀ ଭାବେ ଚାକିରୀ କରନ୍ତି I ଗତକାଲି ସନ୍ଧ୍ୟାରେ ଶ୍ରୀ ମଲ୍ଲିକ ମୂନସିପାଲଟି ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ୧୦ ନଂ ଓ୍ଵାର୍ଡରେ ରିଲିଫ ବଣ୍ଟନକରି ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ପଟ୍ଟାମୁଣ୍ଡାଇ ବାଇପାସ ନିକଟରେ ଏକ ଅଟୋ ତାଙ୍କୁ ଜୋରରେ ଧକ୍କା ଦେବା ଫଳରେ ସେ ଗୁରୁତର ଆହତ ହୋଇଥିଲେ I ଅତ୍ୟନ୍ତ ମୁମୁର୍ସ ଅବସ୍ଥାରେ ତାଙ୍କୁ ପଟ୍ଟାମୁଣ୍ଡାଇ ହସ୍ପିଟାଲ ନିଆଯାଇଥିଲା I ମାତ୍ର ସେଠାରେ ଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ Iଶ୍ରୀ ମଲ୍ଲିକ ଅତ୍ୟନ୍ତ ଗରିବ ନିଃସହାୟ,ଶାନ୍ତ ଶରଳ ବ୍ୟକ୍ତି ଥିଲେ । ବର୍ତ୍ତମାନ ପ୍ରଶ୍ନ ଉଠୁଛି ସେ ସରକାରୀ କାର୍ଯ୍ୟସାରି ଫେରୁଥିବା ସମୟରେ ସଡ଼କ ଦୁର୍ଘଟଣାର ଶିକାର ହୋଇ ମୃତ୍ୟ ଘଟିଛି,ଏଥିପାଇଁ କିଏ ଦାୟୀ ରହିଵ ? ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।ତାଙ୍କୁ କିପରି ସରକାରଙ୍କ ପକ୍ଷରୁ ମୃତ୍ୟୁକାଳିନ ପ୍ରୋତ୍ସାହନ ରାଶି ମିଳିପାରିବ ମୂନସିପାଲଟି
କତୃପକ୍ଷ ଏହାକୁ ଗୁରୁତ୍ୱର ସହ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି। ଅକ୍ଷୟଙ୍କ ମୃତ୍ୟୁ ଖବରପାଇ କେନ୍ଦ୍ରାପଡା ବିଧାୟକ ଗଣେଶ୍ଵର ବେହେରା ତାଙ୍କ ବାସଭବନରେ ପହଞ୍ଚି ତାଙ୍କ ମରଶରୀରରେ ପୂଷ୍ପମାଲ୍ୟ ଅର୍ପଣକରି ଅନ୍ତିମ ଦର୍ଶନ କରିବା ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ।

Leave A Reply

Your email address will not be published.