ଶୁଣିଲାନି ପ୍ରଶାସନ: ମିଳିତ ଭାବେ ନିଜ ରାସ୍ତା ନିଜେ ନିର୍ମାଣ କଲେ ଗ୍ରାମବାସୀ

0

ଗଜପତି,15.9(ମନୋଜ ପାଢ଼ୀ): ରାସ୍ତା ନିର୍ମାଣ ପାଇଁ ପ୍ରଶାସନକୁ ବାରମ୍ବାର ନିବେଦନ ପରେ ମଧ୍ୟ ପ୍ରଶାସନ ଶୁଣିଲେନି, ରାସ୍ତା ନିର୍ମାଣ ହୋଇପାରିଲାନାହିଁ. ପରେ ଗ୍ରାମବାସୀମାନେ ମିଳିତ ବୈଠକ କରି ନିଷ୍ପତ୍ତି ନେଲେ, ନିଜ ଗ୍ରାମ ରାସ୍ତା ନିଜେ ନିର୍ମାଣ କରିବେ | ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର୍ ଉଦୟଗିରି ବ୍ଲକ୍ ଗାଣ୍ଡୁପଦର ଗ୍ରାମରେ. ଗାଣ୍ଡୁପଦର ଗ୍ରାମରୁ ନିଜ ପଞ୍ଚାୟତ କାର୍ଯାଳୟକୁ ଯିବାକୁ ହେଲେ 15 କିଲୋମିଟର ଦୂର ପଡୁଛି I ହେଲେ ଗ୍ରାମରୁ ଯିବା ପାଇଁ ଯାନବାହନର କୌଣସି ସୁବିଧା ନଥୁବା ହେତୁ ଅନ୍ୟ ଏକ ରାସ୍ତା ଏହି ଗ୍ରାମ ଲୋକଙ୍କ ପାଇଁ ପାଲଟିଛି ଶାହା ଭରସା | ଫଳରେ ଗ୍ରାମବାସୀଙ୍କୁ ସେହି ରାସ୍ତା ଦେଇ ଦୈନନ୍ଦିନ ବଜାରଘାଟ, ସବୁକିଛି ପାଇଁ ପଞ୍ଚାୟତକୁ ଯିବାକୁ ପଡୁଛି। ଗାଁରେ 18 ଗୋଟି ପରିବାର ବସବାସ କରୁଥିବା ବେଳେ ଏହି ପାହାଡ଼ିଆ ପଥୁରିଆ ରାସ୍ତା ନିର୍ମାଣ କରିବା ପାଇଁ ବାରମ୍ବାର ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ ମଧ୍ଯ ରାସ୍ତା ନିର୍ମାଣ ହୋଇନାହିଁ | ଶେଷରେ ବାଧ୍ଯ ହୋଇ ଲୋକେ ଗ୍ରାମର ମହିଳା ଓ ପୁରୁଷ ଏକତ୍ରିତ ହୋଇ କୋଡ଼ି କୋଦାଳ ଧରି ଗାଁ ରାସ୍ତାକୁ ନିଜେ ମରାମତି କରିଛନ୍ତି I

Leave A Reply

Your email address will not be published.