ଭୁବନେଶ୍ୱର : ଶନି ବାର ସନ୍ଧ୍ୟାରେ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିଂନ ସ୍ଥିତ “ମୋ ବସ” ଟର୍ମିନାଲ ରେ ଏକ ବସ ମଧ୍ୟରେ ଜୈନକ ଯାତ୍ରୀଙ୍କୁ ମୋ ବସ ର ଜଣେ ବସ ଚାଳକ ମାଡ଼ ମାରିବାରୁ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ମିଳିଥିବା ସୂଚନାରୁ ଜଣା ପଡ଼ିଛି ଯେ,ବସ ଭିତରେ କୋୖଣସି କାରଣରୁ ବସ ଚାଳକ ଓ ଜୈନକ ଯାତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ରୁ ହାତା ହାତି ହୋଇଥିଲା।ଯାତ୍ରୀ ଜଣଙ୍କୁ ବସ ଚାଳକ ଆକ୍ରମଣ କରୁଥିବା ଦେଖି ବସ ରେ ଥିବା ଅନ୍ୟ ଜଣେ ସହଯାତ୍ରୀ ତାର ପ୍ରତିବାଦ କରିଥିଲେ।ମାତ୍ର ଟର୍ମିନାଲ ରେ ଉପସ୍ଥିତ ଥିବା ଅନ୍ୟ ମୋ ବସ କର୍ମଚାରୀ ମାନେ ଏକତ୍ରିତ ହୋଇ ପ୍ରତିବାଦ କରୁଥିବା ଯାତ୍ରୀ ଜଣକୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି।ସେହି ସମୟରେ ଫୁଟ ପାଟ୍ରୋଲିଂ କରୁଥିବା ସ୍ଥାନୀୟ ଫାଣ୍ଡି ଅଧିକାରୀ ନିରଞ୍ଜନ ନାୟକ ଘଟଣାରେ ହସ୍ତକ୍ଷେପ କରି ଉତ୍ତେଜନା ପୂଣ୍ଣ ପରିସ୍ଥିତିକୁ ଆୟତ କୁ ଆଣିଥିଲେ।ଏ ସମ୍ପର୍କରେ ସ୍ଥାନୀୟ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.
Comments are closed.