ପଟ୍ଟାମୁଣ୍ଡାଇ ଅଂଚଳର ନିର୍ଭରଯୋଗ୍ୟ ପରିବହନ ଅନୁଷ୍ଠାନ ଆର ପି ଟ୍ରାଭେଲ୍ସ ଓ ଶ୍ରୀ‌ କ୍ରିଷ୍ଣା ସୁପର ମାକ୍ରେଟ ପକ୍ଷରୁ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା !

0

ପଟ୍ଟାମୁଣ୍ଡାଇ୨୬/୧୦ :ପଟ୍ଟାମୁଣ୍ଡାଇ ଅଂଚଳର ନିର୍ଭରଯୋଗ୍ୟ ପ୍ରତିଷ୍ଠାନ ଆର ପି ଟ୍ରାଭେଲ୍ସ ପରିବହନ ଓ ଶ୍ରୀ କ୍ରିଷ୍ଣା ସୁପର ମାକ୍ରେଟ ପକ୍ଷରୁ ବାର୍ଷିକ ଉତ୍ସବ ଅବସରରେ ପଟ୍ଟାମୁଣ୍ଡାଇର ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି। ଏହି କ୍ରମରେ ଯୁବ ସମାଜସେବୀ ତଥା ସାମ୍ବାଦିକ ଉପେନ୍ଦ୍ର ନାୟକଙ୍କ ପୌରହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଆର ପି ଟ୍ରାଭେଲ୍ସର ମୂଖ୍ୟ ପରିଚାଳକ ବିଶ୍ଵନାଥ ସ୍ଵାଇଁ, ଶ୍ରୀ କ୍ରିଷ୍ଣା ସୁପର ମାକ୍ରେଟର ପ୍ରତିଷ୍ଠାତା ସନ୍ତୋଷ କୁମାର ସାହୁ,ଯୁବ ଆଇନଜୀବୀ ସୌମ୍ୟ ରଂଜନ ଧଳ,ଯୁବନେତା ଶଶିକାନ୍ତ ସ୍ଵାଇଁ ସମାଜସେବୀ ଲକ୍ଷ୍ମୀଧର ନାୟକ ପ୍ରମୁଖ ଯୋଗଦେଇ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ବରିଷ୍ଠ ସାମ୍ବାଦିକ ପତିତପାବନ ଭଦ୍ର ଓ ଅନିଲ ଚୋୖଧୁରୀ ସମ୍ପ୍ରତି ସାମାଜିକ ଅଙ୍ଗୀକାର ବଦ୍ଧତାକୁ ନେଇ ବିଭିନ୍ନ ଘାତ ପ୍ରତିଘାତ ମଧ୍ୟରେ ପ୍ରତିକୂଳ ପରିସ୍ଥିତିକୁ ସାମ୍ନାକରି ଦେଶପାଇଁ କାର୍ଯ୍ୟକରି ଆସୁଥିବା ଗଣମାଧ୍ୟମର ପ୍ରତିନିଧି ମାନେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ହୋଇଥିବାରୁ ସେମାନେ ସଦା ସର୍ବଦା ସମସ୍ତଙ୍କର ଆଦରଣୀୟ ବୋଲି ମତ ପ୍ରକାଶ କରିଥିଲେ ।ଏଥିରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ସାହୁ, ଡ଼ା ଅଲେଖ ଶର୍ମା, ସୁଧାଂଶୁ ତ୍ରିପାଠୀ, କଳ୍ପତରୁ ନାୟକ, ଲକ୍ଷ୍ମୀଧର ବାରିକ, କୁମାରେଶ ନାୟକ, ପ୍ରଶାନ୍ତ ମହାନ୍ତି, ହିମାଦ୍ରୀ ମାଝୀ, ପ୍ରମୋଦ କୁମାର ଜେନା, ଧୀରେନ୍ଦ୍ର ମଲିକ, ସଞ୍ଜୟ ପଣ୍ଡା, ରଶ୍ମିରଞ୍ଜନ ମହାନ୍ତି, ଶିଶିର ସେଣ, ରଞ୍ଜନ କୁମାର ସାହୁ, ସୂର୍ଯ୍ୟକାନ୍ତ ଦାଶ, ବ୍ରଜବନ୍ଧୁ ଦାଶ, ଗଦାଧର ଦାଶ, ସୁକୁମାର ପରିଡ଼ା, ମାନସ ପଣ୍ଡା, ମାଗୁଣୀ ମଲିକ ପ୍ରମୁଖ ୪୦ ରୁ ଉର୍ଦ୍ଧ୍ୱ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ। ଆର ପି ଟ୍ରାଭେଲ୍ସ ପ୍ରତିଷ୍ଠାତା ବିଶ୍ୱନାଥ ସ୍ୱାଇଁ ଓ ଶ୍ରୀକ୍ରିଷ୍ଣା ସୁପର ମାର୍କେଟ ପ୍ରତିଷ୍ଠାତା ସନ୍ତୋଷ ସ୍ୱାଇଁଙ୍କ ସମେତ ଅନ୍ୟ ଅତିଥିମାନେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଉତ୍ତରୀୟ, ପୁଷ୍ପ ଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଆର ପି ଟ୍ରାଭେଲ୍ସ ଓ ଶ୍ରୀକ୍ରିଷ୍ଣା ସୁପର ମାର୍କେଟ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ପଟ୍ଟାମୁଣ୍ଡାଇ ଅଂଚଳର ବୁଦ୍ଧିଜୀବୀ ଓ ଜନସାଧାରଣ ସ୍ଵାଗତ କରିବା ସହିତ ଆର ପି ଟ୍ରାଭେଲ୍ସର ମୂଖ୍ୟ ପରିଚାଳକ ଓ ଶ୍ରୀ କ୍ରିଷ୍ଣା ସୁପର ମାକ୍ରେଟର ପ୍ରତିଷ୍ଠାତା ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Leave A Reply

Your email address will not be published.