ବନ୍ୟା ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ୨୫ ହଜାର ଟଙ୍କା ସହାୟତା ଦେଲେ ବାଲେଶ୍ଵରର ମନୋହରଲାଲ ପାଲା ଜୁଏଲର୍ସ

ବାଲେଶ୍ୱର, ୨୪/୮(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାରେ ବନ୍ୟା ପ୍ରଭାବିତ ଲୋକଙ୍କ ସହାୟତା ଓ ପୁନର୍ବାସ କାର୍ଯ୍ୟ ପାଇଁ ସହଯୋଗର ହାତ ବଢ଼ାଇଛି ସ୍ଥାନୀୟ ବ୍ୟବସାୟିକ ପ୍ରତିଷ୍ଠାନ ମନୋହରଲାଲ ପାଲା ଜୁଏଲର୍ସ। ପ୍ରତିଷ୍ଠାନର ପାର୍ଟନର ରାକେଶ ପାଲା ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ୨୫,୦୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରିଛନ୍ତି।
ଶ୍ରୀ ପାଲା ଚେକ୍‌ ମାଧ୍ୟମରେ ଏହି ଅର୍ଥରାଶି ପ୍ରଦାନ କରିଛନ୍ତି। ବନ୍ୟା ଯୋଗୁଁ ପ୍ରଭାବିତ ଲୋକଙ୍କ ରିଲିଫ୍‌ ଓ ସହାୟତା କାର୍ଯ୍ୟରେ ଏହି ଅର୍ଥରାଶି ଉପଯୋଗୀ ହେବ ବୋଲି ପ୍ରତିଷ୍ଠାନ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
ବିପର୍ଯ୍ୟୟ ସମୟରେ ମାନବିକତାର ପରିଚୟ ଦେଇ ଜିଲ୍ଲା ପ୍ରଶାସନର ବନ୍ୟା ମୁକାବିଲା ଓ ରିଲିଫ୍‌ କାର୍ଯ୍ୟରେ ସହଯୋଗ କରିଥିବାରୁ ମନୋହରଲାଲ ପାଲା ଜୁଏଲର୍ସର ଏହି ପଦକ୍ଷେପକୁ ପ୍ରଶଂସା କରାଯାଇଛି।
ଏଥିସହ ବନ୍ୟା ପ୍ରଭାବିତଙ୍କ ସହାୟତା ପାଇଁ ସମାଜର ଅନ୍ୟାନ୍ୟ ବ୍ୟକ୍ତି, ଅନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଆଗେଇ ଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି।

Comments are closed.