‘ମନ୍ କି ବାତ୍’ରେ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍ ପେମେଣ୍ଟକୁ ପ୍ରଶଂସା

ଆଜି ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିଜିଟାଲ୍ ପେମେଣ୍ଟକୁ ପ୍ରଶଂସା କରି କହିଛନ୍ତି, ଏହି ପାର୍ବଣ ଋତୁରେ ଆଉ ଗୋଟିଏ ବଡ଼ ଟ୍ରେଣ୍ଡ ଦେଖିବାକୁ ମିଳିଛି। କ୍ରମାଗତ ଭାବେ ଦ୍ୱିତୀୟ ବର୍ଷରେ ମଧ୍ୟ ଦୀପାବଳୀ ସମୟରେ ଟଙ୍କା ଦିଆନିଆ କରି ଜିନିଷ କ୍ରୟ କରିବାର ପରମ୍ପରା ଧିରେ ଧିରେ ହ୍ରାସ ପାଇ ଚାଲିଛି। ଅର୍ଥାତ୍, ଲୋକେ ଏବେ ଅଧିକରୁ ଅଧିକ ଡିଜିଟାଲ୍ ପେମେଣ୍ଟ କରୁଛନ୍ତି। ଏକଥା ମଧ୍ୟ ଅତ୍ୟନ୍ତ ଉତ୍ସାହଜନକ। ସେ ଲୋକମାନଙ୍କୁ ମାସେ ପର୍ଯ୍ୟନ୍ତ କେବଳ ୟୁପିଆଇ କିମ୍ବା ଅନ୍ୟ କୌଣସି ଡିଜିଟାଲ୍ ମାଧ୍ୟମରେ ହିଁ ଟଙ୍କା ପ୍ରଦାନ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଭାରତରେ ଡିଜିଟାଲ ବିପ୍ଳବ ଏହାକୁ ସମ୍ଭବ କରିସାରିଛି।

Comments are closed.