ଗଡ଼ିଲା ନୂତନ ସାପ୍ତାହିକ ଶାଲିମାର-ବାଦାମପାହାଡ଼, ବାଦାମପାହାଡ଼-ରାଉରକେଲା ଏକ୍ସପ୍ରେସ୍‌ ଟ୍ରେନ୍‌

ରାଇରଙ୍ଗପୁର: ଗତ ୨୧ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍‌ଘାଟନ କରିଥିବା ସାପ୍ତାହିକ ଏକ୍ସପ୍ରେସ ଟ୍ରେସ୍‌ ‘ଶାଲିମାର-ବାଦାମପହାଡ଼ ଓ ବାଦାମପହାଡ଼-ରାଉରକେଲା ଟ୍ରେନ୍‌ ନିର୍ଧାରିତ ସମୟାନୁସାର ଶନିବାର ଠାରୁ ସମୟ ରାତ୍ରି ୧୧:୩୦ ମଧ୍ୟରାତ୍ରିରେ କୋଲକାତା/ଶାଲିମାର ଷ୍ଟେସନରୁ ବହାରି ଆଜି ରବିବାର ସକାଳ ବାଦାମପହାଡ଼ ସମୟ ୦୫.୩୦ ରେ ପହଞ୍ଚିଥିଲା ଏବଂ ପୁଣିଥରେ ବାଦାମପହାଡ଼ଠାରୁ ସକାଳ ୦୬.୩୦ରୁ ବହାରି ରାଇରଙ୍ଗପୁର ସମୟ ୦୭.୧୫ ରେ ଛାଡି ଭାୟା ଟାଟାନଗର ଦେଇ ରାଉରକେଲା ଦିନ ୧୧.୩୦ ରେ ପହଞ୍ଚିଥିଲା।
ଏହି ରେଳଯାତ୍ରା କ୍ରମରେ ତାରିଖ ୨୬ ନଭେମ୍ବର ରବିବାର ପ୍ରଥମ ଦିନରେ ବାଦାମପହାଡ଼ରୁ ରାଉରକେଲା ଏକ୍ସପ୍ରେସ ସାପ୍ତାହିକ ଟ୍ରେନ ଯାତ୍ରା ଆରମ୍ଭ କରି ରାଉରକେଲା ଅଭିମୁଖେ  ବହାରିଥିଲା। ବାଦାମପହାଡ଼ ଷ୍ଟେସନରୁ ୮ ଜଣ ଯାତ୍ରୀ ଏବଂ ରାଇରଙ୍ଗପୁର ଷ୍ଟେସନରୁ ୭୭  ଜଣ ଯାତ୍ରୀ ଟ୍ରେନରେ ଚଢ଼ିଥିଲେ। କିଛି ରେଳଯାତ୍ରୀଙ୍କ ମଧ୍ୟରୁ ପୂର୍ବରୁ ଟିକଟ ନେଇଥିଲେ ଓ ଆଜି ରାଇରଙ୍ଗପୁର ଟିକଟ କାଉଣ୍ଟରରୁ ୪୫ ଜଣ ଯାତ୍ରୀ ଟିକଟ ନେଇଥିଲେ। ଆଜିକାର ରେଳଯାତ୍ରୀମାନଙ୍କର ଉତ୍ସାହ ଓ ଆଗ୍ରହ ବୃଦ୍ଧି ଯୋଗୁଁ ଭବିଷ୍ୟତରେ ରେଳୟାତ୍ରୀଙ୍କ ସ°ଖ୍ୟା ବୃଦ୍ଧି ହେବାର ସମ୍ଭାବନା ଆଉରି ବଢ଼ିବାରେ ଦେଖାଯାଉଛି।
ଆଜି ସକାଳେ ରାଇରଙ୍ଗପୁର ରେଳ ଷ୍ଟେସନରେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ପହଞ୍ଚି ସମସ୍ତ ରେଳ ଯାତ୍ରୀଙ୍କୁ ରେଳଯାତ୍ରା ଶୁଭକାମନା ଦେଇଥିଲେ ଏବଂ ତାଙ୍କ ଯାତ୍ରା ସୁଗମ ସଫଳ ଓ ମଙ୍ଗଳ ପାଇଁ କାମନା କରିଥିଲେ। ଏହା ସହିତ ଦୈନିକ ମେମୁ ଟ୍ରେନ ରାଉରକେଲାରୁ ପ୍ରତିଦିନ ସୋମବାରରୁ ଶନିବାର ସକାଳ ୦୫:୧୦ରୁ ଛାଡି ଟାଟାନଗର ସମୟ: ୦୯.୨୦ରେ ପହଞ୍ଚିବ। ସେହିପରି ଟାଟାନଗରରୁ  ପୂର୍ବାହ୍ନ ୯.୫୫ରେ ବାଦାମପାହାଡ଼ ଅଭିମୁଖେ ଯାତ୍ରା କରି ସମୟ ୧୨.୧୫ରେ ପହଞ୍ଚିବାର ସମୟ ନିର୍ଧାରିତ ରହିଛି। ପୁଣିଥରେ ବାଦାମପହାଡ଼ରୁ ସମୟ ୧୨.୪୫ ରେ ଛାଡି ଟାଟାନଗର ଅପରାହ୍ଣ ୩ଟା ୨୦ରେ ପହଞ୍ଚି ରାଉରକେଲାକୁ ସମୟ ୧୫.୨୫ ରେ ଛାଡି ରାଉରକେଲା ସନ୍ଧ୍ୟା ୭ଟା ୨୫ ରେ ପହଞ୍ଚିବାର ସମୟ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମେମୁ ଓ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବା ଦ୍ବାରା ମୟୂରଭଞ୍ଜ ଜିଲ୍ଲା ଓ ଝାଡ଼ଖଣ୍ଡର ଟାଟାନଗର କାଳିମାଟି, ସିଂହଭୁମ ଚକ୍ରଧରପୁର ସୋନୁଆ, ଗୋଇଲକେରା ଓ ମନୋହରପୁର ଅଞ୍ଚଳର ରେଳଯାତ୍ରୀମାନେ ବହୁତ ଉପକୃତ ହୋଇପାରିବେ।

Comments are closed.