୭ମ ଦିନରେ ମାଳିପୁର ଗୋଷ୍ଠୀ ଶୌଚାଳୟ ନିର୍ମାଣ ବନ୍ଦ ଦାବି ଅନଶନ !

ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ବି ନିଜ ଜିଦରେ ଅଟଳ ଅନଶନକାରୀ

0

ପଟ୍ଟାମୁଣ୍ଡାଇତ ୧୧/୮ : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ଗ୍ରାମ ପଂଚାୟତର ମାଳିପୁର ଗ୍ରାମରେ ଶନି ମନ୍ଦିର ନିକଟରେ ବ୍ଲକ ପକ୍ଷରୁ ହେଉଥିବା ଗୋଷ୍ଠୀ ଶୌଚାଳୟ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ନିମନ୍ତେ କିଛି ବ୍ୟକ୍ତିଙ୍କ ଅନଶନ ଆଜକୁ ସପ୍ତମ ଦିନରେ ପହଞ୍ଚିଛି ପୂର୍ବରୁ ପଟ୍ଟାମୁଣ୍ଡାଇ ତହସିଲଦାର ଓ ଵିଡିଓ ଅନଶନ ଉଠାଇବା ନିମନ୍ତେ ଆଲୋଚନା କରିଥିଲେ ମଧ୍ୟ ଅନଶନକାରୀ ଆଗ୍ରାହ୍ୟ କରିଥିଲେ। ଆଜି ଜିଲ୍ଲାପାଳ ରଘୁରାମ ଆର ଆ଼ୟାର ଘଟଣା ସ୍ଥଳରେ ପହଁଚି ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପ୍ରୟାସ କରିଥିଲେ। ମାତ୍ର ଅନଶନକାରୀ ନିଜ ଜିଦ୍ ରେ ଅଟଳ ରହିଥିଲେ। ତେଣୁ କୈାଣସି ସମାଧାନ ହୋଇପାରି‌ ନାହିଁ। ପ୍ରକାଶ ଥାଉକି,ସରକାରୀ ରାସ୍ତାରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଉଥିବା ଅଭିଯୋଗ କରି ଏହାକୁ ବନ୍ଦ କରିବା ଦାବିରେ ଗତ ୫ ତାରିଖ ଠାରୁ ମାଳିପୁର ଗ୍ରାମର ପ୍ରଶାନ୍ତ ମହାନ୍ତି, ରମାକାନ୍ତ ଦାଶ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିଛନ୍ତି । ପଟ୍ଟାମୁଣ୍ଡାଇ ତହସିଲଦାର ଅନଶନକାରୀଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ଏହି ନିର୍ମାଣକାର୍ଯ୍ୟ ବ୍ଲକ ପକ୍ଷରୁ କରାଯାଉଥିବାରୁ କୌଣସି ନିଷ୍କର୍ଷ ବାହାରି ପାରି ନଥିଲା Iଏହି ଅନଶନର ୩ୟ ଦିନରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦେଶରେ ପୁନରାୟ ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକ ବିଡ଼ିଓ ଶୀତଲ ଅଗ୍ରୱାଲ ଅତିରିକ୍ତ ତହସିଲଦାର ସାଗରୀକା ସେଠୀ, ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର ଅନଶନକାରୀ ସହିତ ବିଶଦ ଆଲୋଚନା କରିଥିଲେ I ତହସିଲଦାର ଓ ବିଡ଼ିଓ ସରକାରୀ ଜାଗାରେ ସ୍ୱଚ୍ଛ ଭାରତ ଯୋଜନାରେ ସରକାରୀ ପ୍ରକଳ୍ପ ହେଉଥିବା ନେଇ ଅନଶନକାରୀଙ୍କୁ ବୁଝାଇ ଅନଶନ ପ୍ରତ୍ୟାହାର ପାଇଁ ଅନୁରୋଧ କରିଥିଲେ ମଧ୍ୟ ଅନଶନକାରୀମାନେ ସରକାରୀ ସର୍ବସାଧାରଣ ରାସ୍ତାରେ ନିର୍ମାଣା ଧୀନ ପ୍ରକଳ୍ପ ବନ୍ଦ କରାନଗଲେ ଅନଶନ ଜାରି ରହିବ ବୋଲି ଅଡ଼ି ବସିବାରୁ କୌଣସି ସମାଧାନର ବାଟ ଫିଟିନଥିଲା I
ଅନଶନର ଷଷ୍ଠ ଦିନରେ ଅନଶନକାରୀଙ୍କ ଦାବୀକୁ ସମର୍ଥନ ଜଣାଇ କିଛି ଗ୍ରାମବାସୀ ସମାଜସେବୀ,ଦଳିତ ସଂଘର
କର୍ମକର୍ତ୍ତା ଓ ମହିଳା ମାନେ ଶୋଭାଯାତ୍ରାରେ ଆସି ଗୋଷ୍ଠୀ ଶୌଚାଳୟ ବନ୍ଦ ପାଇଁ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ I ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟରେ ଅନଶନକାରୀ ପ୍ରଶାନ୍ତ ମହାନ୍ତି ଓ ରମାକାନ୍ତ ଦାସ, ତାଙ୍କ ସହଯୋଗୀ ଆଶିଷ ମଲ୍ଲିକ ଓ ଦଳିତ ସଂଘ ସଭାପତି କଳ୍ପତରୁ ମଲିକଙ୍କ ସହିତ ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକ ବିଡ଼ିଓ ଶୀତଲ ଅଗ୍ରୱାଲ ଓ ଅତିରିକ୍ତ ତହସିଲଦାର ସାଗରୀକା ସେଠୀଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ I ଜିଲ୍ଲାପାଳ ଏକ ଉଚ୍ଚ ସ୍ତରୀୟ କମିଟି ଜରିଆରେ ଅନଶନକାରୀଙ୍କ ଦାବୀ ଓ ଅଭିଯୋଗ ଉପରେ ତଦନ୍ତ କରିବାକୁ ନିର୍ଦେଶ ଦେଇ ତଦନ୍ତ ରିପୋର୍ଟ ପରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ମଧ୍ୟ ଅନଶନକାରୀ ନିଜ ଜିଦ୍ ରେ ଅଟଳ ରହିଥିଲେ। ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ରଙ୍କ ନିର୍ଦେଶରେ ଅନଶନସ୍ଥଳରେ ପୋଲିସ ମୁତୟନ କରାଯାଇଛି I

Leave A Reply

Your email address will not be published.