ମହିଳା କନେଷ୍ଠବଳଙ୍କ ଆତ୍ମହତ୍ୟା

ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁଲିସ ବିଭାଗର ଜଣେ ମହିଳା କନେଷ୍ଟବଳ ବୁଧବାର ଦିନ ଆତ୍ମହତ୍ୟା କରିଥିବା ଜଣାପଡିଛି । ମିଳିଥିବା ସୁଚନା ମୁତାବକ ବୌଦ୍ଧ ଜିଲ୍ଲା ପୁଲିସରେ କାର୍ଯ୍ୟରତ ମହିଳା କନେଷ୍ଟବଳ ଚାନ୍ଦ ମେହେର ବୁଧବାର ଦିନ ବୁଟୁପାଲି ସ୍ଥିତ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ମହିଳା କନେଷ୍ଟବଳ ଜଣକ ସକାଳୁ ନିଜର ଦୁଇ ଛୋଟ ପୁଅକୁ ବିଦ୍ୟାଳୟକୁ ପଠାଇ ସାରିବା ପରେ ସ୍ୱାମୀ ବୁଟୁପାଲି ଠାରେ ଥିବା ଦୋକାନକୁ ଦୋକାନ ଖୋଲିବାକୁ ଯାଇଥିଲେ । କନେଷ୍ଟବଳ ଜଣକ ଘରେ ଫ୍ୟାନରେ ଓଢଣୀ ଦେଇ ଆତ୍ମହତ୍ୟା କରିଥିଲେ ଖବର ପାଇ ଘଟଣା ସ୍ଥଳରେ ବୌଦ୍ଧ ପୁଲିସ ପହଞ୍ôଚ ଶବକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇ ବୌଦ୍ଧ ମେଡିକାଲକୁ ପଠାଇଥିଲା । ଏନେଇ ବୌଦ୍ଧ ଥାନାରେ ଏକ ଅପମୃତ ରୁଜ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ଶାରଦା ପ୍ରଶନ୍ନ ଦାସ ସୁଚନା ଦେଇଛନ୍ତି । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ପୋଲିସ ମୃତ କନେଷ୍ଠବଳ ସ୍ୱାମୀ ସାନନ୍ଦ ମେହେରଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି ।

Comments are closed.