୨ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ ସହ ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା

କଣ୍ଟାବାଞ୍ଜି :୨ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏଁ କାରାଦଣ୍ଡ । କଣ୍ଟାବାଞ୍ଜି ଏଡିଜେ ହିମାଂଶୁ ଶେଖର ମଲ୍ଲିକ ଏହି କାରାଦଣ୍ଡ ଆଦେଶ ଦେଇଛନ୍ତି । ଗତ ୨୦୨୨ ନଭେମ୍ବରମାସ ୨୯ତାରିଖ ତୁରେକେଲା ଥାନା ବଡ଼ବାଙ୍କୀ ଧନୁଯାତ୍ରା ଦେଖି ଆସିଥିବା ଜଣେ ଯୁବତୀଙ୍କୁ ବଳପୂର୍ବକ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା । ସେହି ସମୟରେ ବଡ଼ବାଙ୍କି ଗାଁର ରମେଶ ବେହେରା ଓ ମହଖଣ୍ଡ ଗାଁର ସମ୍ପର୍କୀୟ ସୁରେନ୍ଦ୍ର ବେହେରା ଓ ଜୀବର୍ଦ୍ଧନ ବେହେରାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଗିରଫ ତିନି ଜଣଙ୍କ ମାମଲା କୋର୍ଟରେ ବିଚାରଧିନ ଥିବା ବେଳେ ସେମାନେ କଣ୍ଟାବାଞ୍ଜି ବିଚାର ବିଭାଗୀୟ ହାଜତରେ ଥିଲେ । ତେ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ ଅଭିଯୁକ୍ତ ଅଭିଯୁକ୍ତ ରମେଶ ବେହେରା ଏବଂ ସୁରେନ୍ଦ୍ର ବେହେରାଙ୍କୁ ଦୁଷ୍କର୍ମ ମାମଲାରେ ୨୦ ବର୍ଷ ଲେଖାଏ ସଜା ଶୁଣାଇଥିବା ବେଳେ ଆହୁରି ହତ୍ୟା ଧମକ ଅଭିଯୋଗରେ ୨ ବର୍ଷ ସଜା ଶୁଣାଇଛନ୍ତି । ଅନ୍ୟ ପକ୍ଷରେ ୧ ଲକ୍ଷ ଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗିରଫ ଅନ୍ୟ ଅଭିଯୁକ୍ତ ଜୀବର୍ଦ୍ଧନ ବେହେରାଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

Comments are closed.