ମହାରାଣା ପ୍ରତାପ

ଅର୍ଜୁନୀ ଚରଣ ବେହେରା

ମହାରାଣା ପ୍ରତାପ
==========
ହେ ବୀର ପୁଙ୍ଗଵ ଡାକେ ଆଜି ତବ
ହଳଦୀଘାଟିର ମାଟି l
ରକ୍ତରଞ୍ଜିତ ଭୂମି ପରେ ଯହିଁ ଯୋଦ୍ଧା
ଶତେ ଗଲେ ଲୋଟି ll
ଝୁରୁଅଛି ବୀର ଚେତକ ତୁମ୍ଭର କାହିଁ
ଗଲେ ମୋର ରାଣା l
ସଗର୍ବେ ବାଜଇ ମେୱାରରେ ତବ
ଭାରତ ବୀର ବାଜଣା ll
ହୁଅ ହୁସିଆର ! ହୁଅ ହୁସିଆର !
ବେଇମାନ୍ ଆକବର l
ଚିତ୍ତୋରେ ପୁରାଇ ଜମା ଦେବିନାହିଁ
ଦେବି ମୁଣ୍ଡ ପୁରସ୍କାର ll
ହୁଙ୍କାରେ ତବ ରାଜପୁତ ସର୍ଵ ଗର୍ବେ
ପତାଇ ଛାତି l
ହଳଦୀ ଘାଟରେ ସେ ମହା ଯୁଦ୍ଧରେ
ଶତେ ପଡ଼ିଲେ ଲୋଟି ll
ତେଜଭରା ତବ ବୀରବାଣୀ ଆଜି
ଉତ୍ସୁକେ ପଡ଼େ ମନେ l
ହେ ଯୋଦ୍ଧା ପୁଙ୍ଗବ ଆଉ କିଏ ହେବ
ତୁମ୍ଭପରି ବୀର ଜଣେ ll
ମାତୃଭୂମିର ହେ ବୀର କୁମାର ରୋମ
ଉଠଇ ଟାଙ୍କୁରି l
ଶୋଣିତ ଟୀକା ପିନ୍ଧିଲ ଏକା ମାତୃ
ସେବା ଧର୍ମ କରି ll
ନମେ ଶତବାର ଆହେ ମହାବୀର
ଯୋଗ୍ୟ ସୂତ ଭାରତର l
ଘେନ ପ୍ରଣିପାତ ଆହେ ଅଗ୍ରଦୁତ
ବାର୍ତ୍ତାବହ ଜନନୀର ll
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ – ୭୬୯୩୦୯୧୯୭୧

Comments are closed.