ମାଘ ମାହାତ୍ମ୍ୟ

ଅର୍ଜୁନୀ ଚରଣ ବେହେରା

ମାଘ ମାହାତ୍ମ୍ୟ
==========
ମାଘମାସେ ଉଦେ ମଘା ନକ୍ଷତ୍ର l
ମାଘ ମାସ ଅଟେ ଅତି ପବିତ୍ର ll
ମାଧବ ହୋଇଲେ ରାଧାମାଧବ l
କୈବର୍ତ୍ତ ତାଙ୍କର କରୁଣା ନାଵ ll
ସବିତା ଉତ୍ତରେ କଲେ ଗମନ l
ମରତ ଛାଡ଼ିଲେ ଗଙ୍ଗା ନନ୍ଦନ ll
ପୂଜା ପାଇଲେଣି ରଟନ୍ତୀକାଳି l
ଅଜ୍ଞାନୀ ନ ଦିଅ ମାଆଙ୍କୁ ବଳି ll
ମାଆ ସରସ୍ବତୀ ବୀଣାବାଦିନୀ l
ମର୍ତ୍ତ୍ୟରେ ଶୁଭଇ ବେଦର ଧ୍ୱନୀ ll
ମାଘ ବୁଡ଼ ଚନ୍ଦ୍ରଭାଗା ତୀରଥେ l
ସାଧୁ ମେଳା ଖଣ୍ଡଗିରି ପର୍ବତେ ll
ପଦୁଅଁ ବେଶରେ ଶ୍ରୀ ଜଗନ୍ନାଥ l
ପ୍ରାଣୀଙ୍କର ପ୍ରଭୁ ହରିଲେ ଆର୍ତ୍ତ ll
ସ୍ଵନକ୍ଷତ୍ରେ ଦେବୀ ମାଆ ବିରଜା l
ବୈତରଣୀତୀର୍ଥେ ତାଙ୍କରି ପୂଜା ll
ଅନ୍ଧ ଭୀମ କନ୍ଧ ଖଞ୍ଜଣୀ ବାଇ l
କହେ ପ୍ରାଣୀ ଆର୍ତ୍ତ ସହି ନୁହଁଇ ll
ଯୋରନ୍ଦା ଗାଦିରେ ମହିମାସ୍ୱାମୀ l
ଧୁନୀ ଜଳେ ବିଶ୍ୱ ମଙ୍ଗଳ କାମୀ ll
ମାଘ ପୂର୍ଣ୍ଣିମାରେ ଗଜେ ଉଦ୍ଧାରି l
ବେଶହେଲେ ନୀଳାଚଳବିହାରୀ ll
ମାଘ ଶେଷେ ବାଗେ ଜଳିଲା ଅଗି l
ନମେ ଶମ୍ଭୁ ପଦେ ପରମ ଯୋଗୀ ll
ସଜ ହୋଇଲେଣି କଳା କହ୍ନାଇ l
ସଅଳେ ଫଗୁଣ ଆସିବ ଧାଇଁ ll
ଭକତେ ନାଚିବେ ତାଥେଇଥେଇ l
ବାଘ ଜାଡ଼େ ମାଘ ଯିବ ପଳାଇ ll
କାମଦେବ ଦୂତ ସାଧୁଛି ସ୍ୱର l
ଧନ୍ୟ ସୃଷ୍ଟି କର୍ତ୍ତା ସୃଷ୍ଟି ତୁମର ll
🙏🙏🙏
ଅର୍ଜୁନୀ
——————-
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.