ଶ୍ରୀରାମ ବନ୍ଦନା

ଅର୍ଜୁନୀ ଚରଣ ବେହେରା

ଶ୍ରୀରାମ ବନ୍ଦନା
===========
ବନ୍ଦେ ରାମ ରଘୁଵର ଲକ୍ଷ୍ମଣ ଅଗ୍ରଜ l
ବୈଦେହୀବଲ୍ଲଭ ଦଶରଥଙ୍କ ତନୁଜ ll
କରୁଣା ମୟ ଧାର୍ମିକ ଶାନ୍ତ ବିପ୍ର ବନ୍ଧୁ l
ଶ୍ୟାମଳ ଶାନ୍ତ ମୂରତି ରଘୁକୁଳ ଇନ୍ଦୁ ll
ସତ୍ୟସନ୍ଧ ଶ୍ରୀରାଘବ ଲୋକ ଅଭିରାମ l
ରାଜୀବଲୋଚନ ପ୍ରଭୁ ନୟନାଭିରାମ ll
ପାପୀଙ୍କ ଉଦ୍ଧାର ପାଇଁ ନରଦେହ ଧରି l
ଧରା ଧାମେ ଆସିଥିଲ ପ୍ରଭୁ ଅବତରି ll
ଜାନକୀ ଛଳେ ବଧିଲ ଲଙ୍କାର ରାବଣ l
ଖର,ଦୂଷଣ,ବିରାଧ ଦୈତ୍ୟ କୁମ୍ଭ କର୍ଣ୍ଣ ll
ଶବରୀ ଶ୍ରମଣା କେତେକାଳୁ ଚାହିଁଥିଲା l
ଅଇଁଠାକୋଳି ଖୁଆଇ ତୁମ୍ଭଙ୍କୁ ତୋଷିଲା ll
ପିତୃ ସତ୍ୟପାଳି ଯାଇ ବନରେ ବୁଲିଲ l
ଅପବାଦୁ ପତିବ୍ରତା ସୀତାଙ୍କୁ ତେଜିଲ ll
ଓଲଟା ନାମକୁ ଜପି ଦସ୍ୟୁ ରତ୍ନାକର l
ରାମାୟଣ ରଚି ଜଣା ମହାମୁନି ସାର ll
ସୀତାରାମମୟ ଅଟେ ସମସ୍ତ ସଂସାର l
ସନ୍ଥ ଶ୍ରୀତୁଳସୀଦାସ କଲେ ଯା ପ୍ରଚାର ll
ରାମନାମ ସଂସାରରେ ଏକମାତ୍ର ସତ୍ୟ l
ସତ୍ୟରେ ରହିଛି ମହୀ ସୃଷ୍ଟି ଆତଯାତ l
କୃପା ନିଧାନ ଶ୍ରୀରାମ କରୁଣା ସାଗର l
ରାମ,ରାମ,ରାମ ବନ୍ଦେ ଭବୁ ପାରିକର ll
🙏🙏🙏
ଅର୍ଜୁନୀ
——————-
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.