ଦଣ୍ଡୋର ଉ.ପ୍ରା.ବିଦ୍ୟାଳୟକୁ ଲାଇଟ୍ ଆପ୍ରିସିଏସନ୍ ପୁରସ୍କାର

ଅଭିଭାବକ ଓ ଗ୍ରାମବାସୀମାନଙ୍କ ପାଇଁ ମାଗଣା ଚକ୍ଷୁ ଓ ମଧୁମେହ ପରୀକ୍ଷା ଶିବିର ଆୟୋଜନ

ନୟାଗଡ଼ : ଓଡ଼ଗାଁ ଶିକ୍ଷାମଣ୍ଡଳ ଅନ୍ତର୍ଗତ କୁରାଳ କ୍ଲଷ୍ଟର୍ ଅଧୀନସ୍ଥ ଦଣ୍ଡୋର ଉ.ପ୍ରା.ବିଦ୍ୟାଳୟ ନିଜ ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀମାନଙ୍କ ପାଇଁ ମାଗଣା ଚକ୍ଷୁ ଓ ମଧୁମେହ ପରୀକ୍ଷା ଶିବିର ଆୟୋଜନ କରି ଉତ୍ତର ପ୍ରଦେଶର ଏକ ବେସରକାରୀ ସଂସ୍ଥା ଦୀପକ ଫାଉଣ୍ଡେସନ ଓ ଲାଇଟ୍ ଫାଇନାନ୍ସ ପକ୍ଷରୁ ହାସଲ କରିଛି ଲାଇଟ୍ ଆପ୍ରିସିଏସନ୍ ପୁରସ୍କାର।ବିଦ୍ୟାଳୟ ତରଫରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଶିଶୁବାଟିକାରୁ ଆରମ୍ଭ କରି ଦଶମଶ୍ରେଣୀ ପର୍ଯ୍ୟନ୍ତ ତିନିଶହ ପନ୍ଦର ଜଣ ଛାତ୍ରଛାତ୍ରୀଙ୍କ ସମେତ ତିନିଶହ ପଚାଶରୁ ଉର୍ଦ୍ଧ୍ବ ଗ୍ରାମବାସୀ ଯୋଗ ଦେଇ ମାଗଣାରେ ଚକ୍ଷୁ ଓ ମଧୁମେହ ପରୀକ୍ଷା ସହ ମାଗଣା ଚଷମା ଗ୍ରହଣ କରିଥିଲେ।ଏହା ବ୍ୟତୀତ ଅହମଦାବାଦ ଓମେନ୍ ଆକସନ୍ ଗ୍ରୁପ୍ ମୁଖ୍ୟ ପରିଚାଳକ ମିସ୍ ଫର୍ଣ୍ଣାଜ୍ ଓ ସହଯୋଗୀ ମିସ୍ ସୋନଲଙ୍କ ଦ୍ଵାରା ବାଳିକାମାନଙ୍କୁ ସ୍ୱାସ୍ଥ୍ୟ ଓ ସୁସ୍ଥତା ତଥା ଗୁଡ୍ ଟଚ୍ ବ୍ୟାଡ୍ ଟଚ୍ ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।ପରିଶେଷରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ପଠନ ସାମଗ୍ରୀ ଥିବା ବ୍ୟାଗ୍ ଯୋଗାଇ ଦିଆଯାଇଥିଲା।ଅନୁଷ୍ଠାନର ମୁଖ୍ୟ ଜିଗର୍ ଠାକୁର ,ଜୋନାଲ୍ ମୁଖ୍ୟ ନବଘନ ପଣ୍ଡା ଓ କ୍ଲଷ୍ଟର୍ ମୁଖ୍ୟ ରିଙ୍କୁନା ସାହୁଙ୍କ ଦ୍ବାରା ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଲୋଟସ୍ ବିଦ୍ୟାଳୟ ପକ୍ଷରୁ ଲାଇଟ୍ ଆପ୍ରିସିଏସନ୍ ପୁରସ୍କାର ଗ୍ରହଣ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।ଶିକ୍ଷକ ଯଶୋବନ୍ତ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବରିଷ୍ଠ ଶିକ୍ଷକ ପବିତ୍ର ମୋହନ ସାହୁ,ଜିତେନ୍ କୁମାର ଡାକୁଆ,ଶିକ୍ଷୟିତ୍ରୀ ଜାନକୀ ପଣ୍ଡା,ସୁନିତା ସେଠୀ, ସୁଶାନ୍ତି ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।ରିପୋର୍ଟ- ସନାତନ ମହାକୁଡ଼।

Comments are closed.