ଭୁବନେଶ୍ଵର: ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡିଲା ଭିତ୍ତିପ୍ରସ୍ତର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଗୋଟିଏ ସ୍ଥାନରେ ରହିବ ଲୋକସେବା ଭବନ ଏବଂ ନୂଆ ବିଧାନସଭା । ସରକାର ଏଥିଲାଗି ୩ ହଜାର ୬୨୩ କୋଟି ଟଙ୍କା ଖର୍ଚ୍ଚ କରିବେ । ୭୧.୧୩ ଏକର ଜମିରେ ନୂଆ ଲୋକସେବା ଭବନ ଏବଂ ବିଧାନସଭା ନିର୍ମାଣ ହେବ। ଏନେଇ ମାଷ୍ଟରପ୍ଲାନ ଅନୁମୋଦନ ହୋଇଛି । ଆଜି ଲୋକସେବା ଭବନ କନଫରେନ୍ସ ହଲରେ ଜାତୀୟ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅବସରରେ ଏହାର ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
୬ ହଜାର ୭୦୧ କୋଟିର ୭୧ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକର୍ପଣ କରାଯାଇଛି। ଏକାଥରକେ ଏତେ ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ ପ୍ରଥମ ଘଟଣା। ଏହି କାର୍ଯ୍ୟକ୍ରମରେ ପୂର୍ତ୍ତ ମନ୍ତ୍ରୀ କହିଛନ୍ତି ଆଜି ୫ ହଜାର ୬୩୧ କୋଟିର ୩୯ଟି ପ୍ରକଳ୍ପର ଭତ୍ତି ପ୍ରସ୍ତର ସ୍ଥାପନ ହୋଇଛି। ୧ ହଜାର ୬୯ କୋଟିର ୩୨ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ନୂଆ ଲୋକସେବା ଭବନ ଓ ବିଧାନସଭା ଗୋଟିଏ କ୍ୟାମ୍ପସରେ ରହିବ। ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ‘ଏଲିଭେଟେଡ଼ କରିଡ଼ର’ର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରାଯିବ । ନୂଆ ଲୋକସେବା ଭବନରେ ଭୂତଳ ପାର୍କିଂ ହେବ। ବେସମେଣ୍ଟରେ ତଳକୁ ତଳ ତିନି ମହଲା ସ୍ମାର୍ଟ ପାର୍କିଂ ବ୍ୟବସ୍ଥାରେ ୫୭୩ କାର୍ ରହିବ । ଡ୍ରାଇଭର ଓ ଗାଡ଼ି ନଂ ପ୍ଲେଟ୍ ଚିହ୍ନିବ ଏଆଇ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post