ଲିଜ୍ ଟ୍ରସଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀ ପଦ ପାଇଁ ରେସରେ ୪ ପ୍ରାର୍ଥୀ

ନୂଆଦିଲ୍ଲୀ: ଦେଶର ଆର୍ଥିକ ସ୍ଥିତିକୁ ନେଇ ତୀବ୍ର ସମାଲୋଚନାର ଶିକାର ହେବ ପରେ ମାତ୍ର ୪୫ ଦିନର କାର୍ଯ୍ୟକାଳକୁ ସମାପ୍ତ କରି ଇସ୍ତଫା ଦେଇଛନ୍ତି ଲିଜ୍ ଟ୍ରସ୍। ଦୁଇ ବର୍ଷ ପରେ ହେବାକୁ ଥିବା ବ୍ରିଟେନର ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ସର୍ବଦଳୀୟ ଚାପ ପରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଲିଜ୍ ତାଙ୍କ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଗତ ସପ୍ତାହ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଅନେକେ ସନ୍ଦେହ କରିଥିଲେ ଯେ ଲିଜ୍ ଟ୍ରସ୍ ଦୀର୍ଘ ଦିନ ଧରି ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିପାରିବେ ନାହିଁ। ଏଭଳି କିଛି ଆଲୋଚନା ମଧ୍ୟରେ ଆଜି ଲିଜ୍ ଇସ୍ତାଫା ଦେଇଛନ୍ତି। ତେବେ ବର୍ତ୍ତମାନ ଏମାନେ ହେଉଛନ୍ତି ବଡ ପ୍ରତିଯୋଗୀ ଯେଉଁମାନେ ଆଗାମୀ ସମୟରେ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇପାରନ୍ତି।

ଲିଜ୍ ଟ୍ରସ୍ ଇସ୍ତଫା ଦେବା ପରେ ବର୍ତ୍ତମାନ ପ୍ରାୟ ୪ ଜଣ ଏହି ପଦବୀ ପାଇଁ ରେସରେ ଅଛନ୍ତି। ସେମାନଙ୍କ ମଧ୍ୟରେ ଭାରତୀୟ ଵେଶୋଦ୍ଭବ ରୁଷି ସୁନକ ଆଗରେ ଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ନାମ ମଧ୍ୟ ଯୋଡି ହୋଇଛି। ଏମାନଙ୍କ ବ୍ୟତୀତ ଲିଜ ଟ୍ରସଙ୍କ ନୂତନ ଅର୍ଥମନ୍ତ୍ରୀ ଜେରେମି ହଣ୍ଟ ଏବଂ ପେନି ମର୍ଡାଉଣ୍ଟ ମଧ୍ୟ ରେସରେ ଅଛନ୍ତି। ପେନି ପୂର୍ବରୁ ପ୍ରତିରକ୍ଷା ଏବଂ ବାଣିଜ୍ୟ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।

Comments are closed.