କଣ୍ଟାମାଲ :-ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ଖଟଖଟିଆ ଶ୍ରୀ ଜଗନ୍ନାଥ ଉଛବିଦ୍ୟାପୀଠ ର ଛାତ୍ରୀ ସ୍ୱରୁପା ପଲିଆ ଙ୍କ ପ୍ରୋଜେକ୍ଟ ମଲ୍ଟି ଏଜ ହାଇଟେକ ବେସିନ ଜାତୀୟ ସ୍ତରକୁ ମନୋନୀତ ହୋଇ ଦିଲ୍ଲୀ ବିଜ୍ଞାନ ଭବନରେ ପ୍ରଦର୍ଶିତ ହେଲାପରେ ଛାତ୍ରୀ ସ୍ୱରୂପାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ସମ୍ବର୍ଦ୍ଧନା ସଭା ସୋମବାର ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ଖଟଖଟିଆ ପରିସର ରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅଜିତ କୁମାର ମିଶ୍ର ଯୋଗଦେଇ ଥିବାବେଳେ ମୁଖ୍ୟଅତିଥିଭାବେ ଜିଲାପାଳ ସତ୍ୟରଞ୍ଜନ ସାହୁ ଓ ସମ୍ମାନିତ ଅତିଥିଭାବେ ବୌଦ୍ଧ ପିଡ଼ି ଡିଆରଡିଏ ଅଶ୍ୱିନୀ କୁମାର ମେହେର,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ,ଜିଲା ବିଜ୍ଞାନ ସମୀକ୍ଷକ ଦେବେନ୍ଦ୍ର ଦେହୁରୀ ,ଗାଇଡ଼ ଶିକ୍ଷକ ସମୀର କୁମାର ପ୍ରଧାନ,ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜାଜ୍ଞସେନି ଖେତୀ ପ୍ରମୁଖ ଉପସ୍ଥିତ ଥିବାବେଳେ ଶିକ୍ଷକ ରଂଜୁ ଅମାତ ସ୍ୱାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପଶ୍ଚିମ ଓଡିଶା ବିକାଶ ପରିଷଦ ଶ୍ରୀ ମିଶ୍ର ଗ୍ରାମାଞ୍ଚଳର ଏଭଳି ପ୍ରତିଭା ସମ୍ପନ୍ନ ଛାତ୍ରଛାତ୍ରୀ ଉତ୍ସାହିତ କରିବା ଅତି ଜରୁରୀ ବୋଲି କହିଥିବା ବେଳେ ଜିଲାପାଳ ରେଡ଼କ୍ରସ ରୁ ସୁଶ୍ରୀ ପଲିଆଙ୍କୁ ୫୦୦୦ ଟଙ୍କା ଓ ବ୍ୟକ୍ତିଗତ ୨୫୦୦ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଥିଲେ । ସମସ୍ତ ଛାତ୍ରଛାତ୍ରୀ ବେଶ ଉତ୍ସାହିତ ଥିବା ଦେଖି ଜିଲାପାଳ ଖୁସି ଅନୁଭବ କରିଥିଲେ ଏକ,ଏକ ବିଜ୍ଞାନ ପ୍ରକଳ୍ପ ସମସ୍ତ ଛାତ୍ରଛାତ୍ରୀ କରିବାକୁ ପରାମର୍ଶ ଦେଇଥିଲେ ।ଶେଷରେ ବିଦ୍ୟାଳୟର ଶିକ୍ଷକ ନରେନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ପଞ୍ଚାନନ ପ୍ରଧାନ,ଅଜୟ ସାହୁ,ବିଶ୍ଵଜିତ ବାରିକ, ସୁରେନ୍ଦ୍ର କମ୍ପ, ପ୍ରମୁଖ ଉପସ୍ଥିତ ଥିବାବେଳେ ଉଭୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.
Comments are closed.