ପାଞ୍ଚ ଦଫା ଦାବି ନେଇ କୁଜଙ୍ଗ ଉପ କାରାଗାର କର୍ମଚାରୀ ମାନେ ଆମରଣ ଅନଶନ ରେ !

କୁଜଙ୍ଗ : ଆଜି କୁଜଙ୍ଗ ଉପ କାରାଗାର ର କାରାରକ୍ଷୀ କର୍ମଚାରୀ ମାନେ ନିଖିଳ ଓଡିଶା କାରା କର୍ମଚାରୀ ମହାସଂଘ ଆହ୍ବାନ କ୍ରମେ ଉପ କମିଟି କୁଜଙ୍ଗ କାରାଗାର ର ସମସ୍ତ ସଭ୍ୟ ମାନେ କଳା ବ୍ୟାଚ୍ ପରିଧାନ ଓ ସମସ୍ତ କର୍ମଚାରୀ ଖାଦ୍ୟ ଗ୍ରହଣ ନକରି ଶାନ୍ତି ଶୃଙ୍ଖଳା ସହ ନିଜ ନିଜ କର୍ତ୍ତବ୍ୟ ସମ୍ପାଦନ କରି ପାଞ୍ଚ ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ କାରାଗାର କାର୍ଯ୍ୟାଳୟ ସମୁଖରେ ଧାରଣା ରେ ବସି ରହିବୁ ବୋଲି ଜଣାଇଛନ୍ତି,
ଦାବି ଗୁଡିକ ହେଲା :-
୧ – ଗ୍ରେଡ଼ ପେ ଟ ୧୯୦୦/ ରୁ ଟ ୨୦୦୦/-( କାରା ରଖି )ଓ ଟ ୨୦୦୦ ରୁ ୪୦୦୦ କୁ ବୃଦ୍ଧି (ମୁଖ୍ୟ କାରା ରଖି )
୨- ପୁରୁଣା ପଦୋନ୍ନତି ନିୟମ ୨୦୧୨ କୁ ଲାଗୁ କରିବା
୩- ଉପକଖଣ୍ଡ ସ୍ତର କୁ ବଦଳି ନିୟମ କୋହଳ,
୪- ଖାଦ୍ୟ ଭତା ଟ ୪୦୦/-ରୁ ଟ ୧୪୦୦ କୁ ବୃଦ୍ଧି,
୫ – ୧୩ ମାସିଆ ଦରମା ବୃଦ୍ଧି,

Comments are closed.