ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡିଆ ଠାରେ ରାଜ୍ୟ ସରକାର ଙ୍କ କୃଷି ବିଭାଗ ତରଫରୁ ଆୟୋଜିତ ହେଉଥିବା କୃଷି ମେଳା ରେ ଦେଖିବାକୁ ମିଳିଥିଲା କିଛି ଘଟଣା ଯାହା ଏକ ନିନ୍ଦନୀୟ ବିଷୟ।
ଓଡ଼ିଶାର ବିଭିନ୍ନ ଜିଲ୍ଲା ରୁ କିଛି କୃଷକ ମାନଙ୍କୁ ବିଭାଗୀୟ ଜିଲ୍ଲା ଅଧିକାରୀ ମାନେ ଧରି ଆସିଥିଲେ, ସେମାନଙ୍କୁ ବିଭାଗ ତରଫରୁ ଗୋଟେ ବ୍ୟାଗ ଓ ଆଇ କାର୍ଡ ( ପାସ ) ଯୋଗାଇ ଦିଆ ଯିବା ସହିତ କୃଷକ ମାନଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଏକ କୁପନ ଦିଆ ଯାଇଥିଲା। କୁପନ ଧରି ଯେତେବେଳେ ସହ ସହ ସଂଖ୍ୟାରେ କୃଷକ ଖାଇବାକୁ ଲାଇନ ରେ ପହଁଚି ଥିଲେ, ମଧ୍ୟାହ୍ନ ଭୋଜନ ପାଇଁ ଉଦ୍ଧିଷ୍ଟ ଥିବା ଜାଗାରେ ଲମ୍ବା ଲାଇନ ରେ କୃଷକ ମାନେ ଦୀର୍ଘ ସମୟ ଧରି ଛିଡା ହୋଇଥିବା କିଛି ସମୟ ପରେ ଖାଦ୍ୟ ସରି ଯାଇଥିଲା କିଛି କୃଷକ ଭୋକ ରେ ନିରାଶ ହୋଇ ଫେରିବାକୁ ପଡ଼ିଥିଲା, ଅପର ପକ୍ଷରେ କୃଷକ ମାନଙ୍କ ପାଇଁ ମେଳା ହେଉଥିବା ବେଳେ କୃଷକ ମାନେ ମଧ୍ୟାହ୍ନ ଭୋଜନ ଖାଇବାକୁ ଭୋକ ରେ ହନ୍ତସନ୍ତ ହେଉଥିଲେ କିନ୍ତୁ ତାର କିଛି ଦୂରରେ ଏକ ଭି ଆଇ ପି (VIP ) ଡାଇନିଂ ହଲ ର ବ୍ୟବସ୍ଥା ହୋଇଥିଲା ଯେଉଁଥିରେ ଗେଟ ରେ ସିକ୍ୟୁରିଟି ଜଗି ଥିବାର ନଜର ଆସିଥିଲା। ଖବର ନେବାରୁ ଜଣା ପଡିଲା ଯେ ଉକ୍ତ ଡାଇନିଂ ହଲ କୃଷି ଅଧିକାରୀ ମାନଙ୍କ ପାଇଁ ଶୀତ ତାପ ନିୟନ୍ତ୍ରିତ କୋଠରୀ ଡାଇନିଂ ଟେବୁଲ ପଡ଼ି ଷ୍ଟାର ହୋଟେଲ ର ଖାଦ୍ୟ ପରିବେଷଣ କରା ଯାଉଥିଲା। ଯଦି କୃଷକ ମାନଙ୍କ ପାଇଁ ମେଳା ଅନୁଷ୍ଠିତ ହେଉଛି କୃଷକ ମାନଙ୍କୁ ଉପଯୁକ୍ତ ସମ୍ମାନ ମିଳୁ ନାହିଁ ସରକାରୀ ବାବୁ ମାନେ ମେଳା ରେ ମୌଜ କରୁଛନ୍ତି କୃଷକ ର ଉନ୍ନତି ହେବ କେମିତି, କିଛି କୃଷକ ଙ୍କ ମତା ମତ ନେଲା ପରେ ଜଣା ପଡିଲା ଯେ କୃଷି ଅଧିକାରୀ ମାନେ ପାସ ଓ ବ୍ୟାଗ ଧରେଇ ଦେଇ ଫଟ ଉଠାଇ ଅଫିସର ମାନେ ଶୀତ ତାପ ନିୟନ୍ତ୍ରଣ ଡାଇନିଂ ହଲ କୋଠରୀ କୁ ମଧ୍ୟାହ୍ନ ଭୋଜନ ପାଇଁ ଚାଲି ଯାଇଥିଲେ ଏହା ଏକ ଅସ୍ୱାଭିବିକ ପରମ୍ପରା, କୃଷି ମେଳା ରେ ଯଦି କୃଷକ ଓ କୃଷି ଅଧିକାରୀ ମାନଙ୍କ ପାଇଁ ଏକା ପ୍ରକାରର ଡାଇନିଂ ହଲ ର ବ୍ୟବସ୍ଥା ହୋଇଥାନ୍ତା ତାହାଲେ କୃଷକ ମାନଙ୍କ ମନରେ ଦୁଃଖ ହେବାର କୌଣସି ଅବକାଶ ରହି ନଥାନ୍ତା।

Comments are closed.