କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ଜଳେଶ୍ଵର: ଅବକାରୀ ବିଭାଗ ତରଫରୁ ଆଜି ଜଳେଶ୍ଵର ଓ କମର୍ଦ୍ଦା ଅଞ୍ଚଳରେ ଚଢ଼ାଉ କରାଯାଇ ପାଖାପାଖି ୧ କିଲୋ ଓଜନର ବ୍ରାଉନସୁଗାର ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ଘଟଣାରେ ଅବକାରୀ ବିଭାଗ ୩ ଜଣଙ୍କୁ ଗିରଫ କରିଛି।

୩ ଜଣ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କମର୍ଦ୍ଦା ଥାନା ଓ ଅନ୍ୟ ଦୁଇ ଜଣ ଜଳେଶ୍ଵର ଥାନା ଅଞ୍ଚଳର ବୋଲି କୁହାଯାଇଛି। ତେବେ ଏହି ୩ ଜଣଙ୍କ ମଧ୍ୟରୁ ଜଣେ ନିଶା କାରବାର ଜଗତର ବାଦଶାହା କୁହାଯାଉଥିବା ଡିକେ ରହିଛି ବୋଲି ଚର୍ଚ୍ଚା ହେଉଛି। ଡିକେର ବ୍ରାଉନସୁଗାର ବେପାର ପାଇଁ ସମଗ୍ର ରାଜ୍ୟରେ କୁଖ୍ୟାତି ରହିଛି ବୋଲି କୁହାଯାଉଛି।

Comments are closed.