ବାଲେଶ୍ୱର, ନଭେମ୍ବର ୨୩ (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରରେ ତୃତୀୟ ବର୍ଷ ପାଇଁ ଆୟୋଜିତ ହେବାକୁ ଯାଉଛି ଲୋକ ମହୋତ୍ସବ। ଆସନ୍ତା ଡିସେମ୍ବର ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଆଇଟିଆଇ ପଡ଼ିଆରେ ଏହି ମହୋତ୍ସବ ଅନୁଷ୍ଠିତ ହେବ। ଏହାର ପ୍ରସ୍ତୁତି ପର୍ବ ସ୍ୱରୂପ ଗତ ନଭେମ୍ବର ୨୨ ତାରିଖରେ ବାଲେଶ୍ୱର ଷ୍ଟେସନ୍ କ୍ଲବ୍ ଠାରେ ଏକ ଅଡିଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅଡିଶନରେ ଗ୍ରୁପ୍ ଡ୍ୟାନ୍ସ, ସୋଲୋ ଡ୍ୟାନ୍ସ, ସଙ୍ଗୀତ ସମେତ ବିଭିନ୍ନ ସାଂସ୍କୃତିକ ବିଭାଗରେ ପ୍ରତିଯୋଗିତା ହୋଇଥିଲା। ବହୁ ସଂଖ୍ୟକ ପ୍ରତିଯୋଗୀ ଯୋଗଦେଇ ନିଜ ନିଜର କଳାନୈପୁଣ୍ୟ ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ଅଡିଶନରେ ପ୍ରତିଯୋଗୀମାନଙ୍କ ଉତ୍ସାହଜନକ ଅଂଶଗ୍ରହଣ ଆଗାମୀ ମହୋତ୍ସବକୁ ନେଇ ଉତ୍ସାହ ବଢ଼ାଇଛି।

ଅନୁଷ୍ଠାନର ସାଂସ୍କୃତିକ ସମ୍ପାଦକ ସୌମ୍ୟରଞ୍ଜନ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି। ଅଡିଶନ କାର୍ଯ୍ୟକ୍ରମରେ ଚେୟାରମ୍ୟାନ୍ ବିଶ୍ୱଜିତ ପ୍ରମାଣିକ, ଭାଇସ୍ ଚେୟାରମ୍ୟାନ୍ ଜିତେନ୍ଦ୍ର ଦାସ, ବିକାଶ କୁମାର ପାଢ଼ୀ ଓ ଶ୍ରୀମନ୍ତ ମାଝୀ, ସଭାପତି ଅସିତ କୁମାର ଦାସ, କାର୍ଯ୍ୟକାରୀ ସଭାପତି ଶ୍ରୀମାନ ଶ୍ରୀଚନ୍ଦନ, ଉପସଭାପତି ସୀମନ ଦାସ ମହାପାତ୍ର ଓ ସୌଭାଗ୍ୟ ମାନସ ନାୟକ, ସାଧାରଣ ସମ୍ପାଦକ ସଞ୍ଜୟ ସାମନ୍ତ, ସମ୍ପାଦକ ସତ୍ୟପ୍ରକାଶ ପତି, କୋଷାଧ୍ୟକ୍ଷ ନିଶିତ କୁମାର ବାରିକ, ସଂଗଠନ ସମ୍ପାଦକ ସମ୍ବିତ ଶ୍ରବଣ ବିଶ୍ୱାଳଙ୍କ ସମେତ ହ୍ରିତିକ ନାୟକ, ଝାଡ଼େଶ୍ୱର ଜେନା, ଅନୁପମ ମିଶ୍ର, ଜ୍ୟୋତିର୍ମୟ ସାମଲ, ଜିତେନ୍ଦ୍ର ମହାଳିକ, ତାପସ ଦାସ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଏହି ଲୋକ ମହୋତ୍ସବ ମାଧ୍ୟମରେ ସ୍ଥାନୀୟ କଳା, ସଂସ୍କୃତି ଓ ଲୋକପରମ୍ପରାକୁ ପ୍ରୋତ୍ସାହନ ମିଳିବା ସହ ନୂତନ ପ୍ରତିଭାମାନଙ୍କୁ ନିଜର କଳା ପ୍ରଦର୍ଶନ ପାଇଁ ଏକ ବୃହତ୍ ମଞ୍ଚ ମିଳିବ ବୋଲି ଆଶା ପ୍ରକାଶ ପାଇଛି।